କନକ ବ୍ୟୁରୋ: ଅପରାଧୀଙ୍କ ରିଲ୍ସ । ରାଜଧାନୀ ଉପକଣ୍ଠ ଶିଶୁୁପାଳଗଡରେ ହାପି ଆତଙ୍କ । ସୋସିଆଲ ମିଡିଆରେ ହାପି ଖଣ୍ଡା ଧରି ହାଣୁଥିବାର ଭିଡିଓ ହେଉଛି ଭାଇରାଲ । ରିଲ୍ସ ଭଳି ଶିଶୁପାଳଗଡ ଆତଙ୍କରେ ହାପିର ସଂପୃକ୍ତି ରହିଛି ବୋଲି ଜଣାପଡିଛି । ତେବେ ଭିଡିଓରେ ଖଣ୍ଡା ଧରି ହାପି ହାଣିବାର ଚିତ୍ର ରହିଛି ।

Advertisment
  • ଖଣ୍ଡାୟତ ସାହିରେ ବୁଲିଲା ଖଣ୍ଡା
  • ଶିଶୁପାଳଗଡ଼ରେ ହାପି ଆତଙ୍କ

୨୮ ଅଗଷ୍ଟ, ରାତି ୯ଟା ୪୬ । ସ୍ଥାନ: ଶିଶୁପାଳଗଡ଼, ଭୁବନେଶ୍ୱର । ରାସ୍ତା ଉପରେ ନୃଂଶସ ଭଳି ଗୋଡ଼ାଇ ଗୋଡ଼ାଇ ହାଣି ପକାଉଛନ୍ତି ଯୁବକ । ହାତରେ ଖଣ୍ଡା, ଭୁଜାଲି ଓ ଅଣ୍ଟାରେ ମାଉଜର ଖୋସି ଆତଙ୍କ ଖେଳାଉଛନ୍ତି ଦୁର୍ବୃତ । ନା ଗାଁ ବାଲାଙ୍କୁ ଭୟ ଅଛି ନା ପୋଲିସକୁ । ସ୍ପୋର୍ଟ୍ସ ବାଇକ ଚଢ଼ି ଆସିଥିବା ସୁଟବୁଟ୍ ପିନ୍ଧା ଗୁଣ୍ଡାଙ୍କ ଆକ୍ସନ ଦେଖିଲେ ଛାତି ଥରି ଉଠିବ । ଘଣ୍ଟା ଘଣ୍ଟା ଧରି ଏମାନେ ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ ଗାଁରେ ଆତଙ୍କ ଖେଳାଇ ଚାଲିଥିଲେ । ଆଉ ହଣା ଖାଇବା ଭୟରେ ତାଟି କବାଟ ପକାଇ ଘରେ ଲୁଚି ଯାଇଥିଲେ ଗାଁ ଲୋକ । ଶୁଣି ଆଶ୍ଚର୍ଯ୍ୟ ହେବେ, ଏହି ଗ୍ୟାଙ୍ଗ କିଛି ଦିନ ତଳେ ଧଉଳି ଥାନା ସବଇନ୍ସପେକ୍ଟର ସନ୍ତୋଷ ବଳଙ୍କ ମୁଣ୍ଡକୁ ହାଣି ଫେରାର ହୋଇଯାଇଥିଲେ । ଆଉ ଏହି ୫ ଦୁର୍ବୃତ ହାପି, ଉତ୍ତମ, ବିକି, ଲୋକେଶ ଓ ପ୍ରିୟାଂଶୁକୁ ଏବେ ପୋଲିସ ଖୋଜୁଛି ।

  • ରିଲ୍ସ ଦେଖିଲେ ଭୟ ଲାଗୁଛି
  • ଗ୍ୟାଙ୍ଗଷ୍ଟରର ନାଁ ହାପି

ମୋଷ୍ଟ ୱାଣ୍ଟେଡ୍ ହାପିର ରିଲ୍ସର ନାଁ ଦିଆଯାଇଛି ଗ୍ୟାଙ୍ଗଷ୍ଟର । ଭିଡିଓରେ ଜଣଙ୍କ ପରେ ଜଣଙ୍କୁ ଗୁଳି କରି ଉଡ଼ାଇ ଦେଉଛି ଭିଲେନ୍ । ଆଉ ଅତି ନିର୍ମମ ଭାବେ ଛୁରୀରେ ଭୁଷିଭୁଷି ହତ୍ୟା କରୁଛି । ହାପି ସୋସିଆଲ ମିଡିଆରେ ଛାଡ଼ିଛି ଏଭଳି କିଛି ରିଲ୍ସ । ତା’ର ରିଲ୍ସ ଯେମିତି, ବାସ୍ତବରେ ଠିକ୍ ସେମିତି । ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିବା ହାପିକୁ ଧରିବା ପାଇଁ ଆରମ୍ଭ ହୋଇଛି ଧରପଗଡ଼ । ପୋଲିସ ଡାଏରୀରେ ୧୦ ଦିନ ତଳୁ ହାପି ଫେରାର ଥିବା ବେଳେ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ରିଲ୍ସ ଛାଡ଼ି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ସ୍ଥାନୀୟ ଲୋକ କହିଛନ୍ତି ।