କନକ ବ୍ୟୁରୋ: ଜେଲ ଭିତରେ ଗ୍ୟାଙ୍ଗଷ୍ଟରର ଦରବାର । ଭୁବନେଶ୍ୱରର ଝାରପଡା ଜେଲର ସ୍ୱତନ୍ତ୍ର ସେଲରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋ ତାର ଦବଦବା ଜାରି ରଖିଛି । ସବୁବେଳେ ୮, ୧୦ ଯୁବକଙ୍କ ଗହଣରେ ରହିଥାଉଛି ଏହି ଗ୍ୟାଙ୍ଗଷ୍ଟର । କେତେ ବେଳେ ଖଟି ଚାଲୁଛି ତ କେତେବେଳେ ଠାକୁର ପୂଜା । କରୋନା ଆତଙ୍କ ବେଳେ ନା ଅଛି ମାସ୍କ, ନା ଅଛି ସାମାଜିକ ଦୂରତା ।
ଝାରପଡା ଜେଲ ସେଲ ଭିତରର ଏକ୍ସକ୍ଲୁସିଭ ଭିଜୁଆଲ ଏବେ କନକ ନ୍ୟୁଜ ହାତରେ । ପ୍ରଶ୍ନ ଉଠୁଛି ହାଇସିକ୍ୟୁରିଟି ଭିତରେ ଥିବା ଜେଲରେ ଅପରାଧୀମାନେ ଏକାଠି ହୋଇ ମନ୍ତ୍ରଣା କରୁଛନ୍ତି କେମିତି ? ଆଉ ଜେଲରେ ନିଷିଦ୍ଧ ଥିବା ମୋବାଇଲରେ ଏସବୁର ଭିଡିଓ ଉତୋଳନ ହେଉଛି କେମିତି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/1-36.jpg)
/kanak/media/post_attachments/wp-content/uploads/2020/07/Screen-Shot-2020-07-24-at-4.15.53-PM.png)