କନକ ବ୍ୟୁରୋ: ବିହାରରେ ଚୋରର ଏହି କାରନାମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ରୋହତାସରେ ୫୦୦ ଟନର ବଡ ଓଜନର ପୋଲ ଚୋରି ହେବା ପରେ ଏବେ ଗୋଟେ ରେଳ ଇଞ୍ଜିନକୁ ସୁଡଙ୍ଗ କରି ନେଇଛନ୍ତି ଦୁର୍ବୃତ୍ତ । ପୋଲିସର କହିବାନୁସାରେ ମୁଜଫରପୁରରେ ଏକ ବଡ କବାଡି ଦୋକାନରେ ଜବତ ହୋଇଥିବା ବ୍ୟାଗରୁ ଟ୍ରେନର ଭଗ୍ନାଶଂ ମିଳିଛି ।
ସୂଚନାନୁସାରେ ଗତ ସପ୍ତାହରେ ଗରହାର ୟାର୍ଡରେ ମରାମତି ପାଇଁ ଆସିଥିବା ଟ୍ରେନର ପୂରା ଡିଜେଲ ଇଞ୍ଜିନକୁ କିଛି ଦୁର୍ବୃତ୍ତ ଚୋରି କରିନେଇଥିଲେ । ଏହାର ଖବର ସେତେବେଳେ ଲାଗିଥିଲା ଯେତେବେଳେ କିଛି ଦୁର୍ବୃତ୍ତଙ୍କୁ ହେପାଜତକୁ ଆଣି ପଚାରଉଚରା କରିଥିଲା ପୋଲିସ । ଏହାକୁ ଆଧାର କରି ପୋଲିସ ପ୍ରଭାତ କଲୋନୀ ସ୍ଥିତ ଏକ କବାଡି ଦୋକାନରେ ପହଞ୍ଚି ଇଞ୍ଜିନର ଅଂଶ ବିଶେଷକୁ ଜବତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/1010834-raliways-engine.jpg)