ଗଣଧର୍ଷଣ ପରେ ୭ ଦିନ ନିଖୋଜ ଥିଲେ ପୀଡିତା ! ଉନ୍ନାଓ ଗଣଧର୍ଷଣର ଲୋମଟାଙ୍କୁରା ସତ ।

61

ଉନ୍ନାଓ ଗଣଧର୍ଷଣ କେସରେ ଆରୋପୀ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ବିପକ୍ଷରେ କେସ ହେବା ପରେ ୟୁପି ସରକାର ମୁଣ୍ଡରେ ଏବେ ଚେତା ପସିଛି । ଏହି କେସ ସିବିଆଇକୁ ହସ୍ତାନ୍ତର କରିବାକୁ ସବୁ ବ୍ୟବସ୍ଥା କରାଯାଉଛି । ଏହା ପୂର୍ବରୁ ହୋଇଥିବା ଏସଆଇଟି ଜାଞ୍ଚ୍ ଦ୍ୱାରା ପୋଲିସ,ପ୍ରଶାସନ ଏବଂ ଡାତ୍ତରଖାନା ପକ୍ଷରୁ ବହୁତ ବଡ ତ୍ରୁଟି ହୋଇଥିବା କଥା ସାମ୍ମାକୁ ଆସିଛି । ଆସନ୍ତୁ ଏହି ଘଟଣା ଉପରେ ନଜର ପକାଇବା ।

ପୀଡିତାଙ୍କ ବୟାନ ଅନୁସାରେ,୪ ଜୁନ୍ ୨୦୧୭ ତାରିଖରେ ବିଜେପି ବିଧାୟକ କୁଲଦୀପ ସେଙ୍ଗର ଏବଂ ତାଙ୍କ ଲୋକମାନେ ପୀଡିତାଙ୍କୁ ଗଣଧର୍ଷଣ କଲେ । ୧୧ ଜୁନରେ ପୀଡିତା ଘରୁ କୁଆଡେ ନିଖୋଜ ହୋଇଯାଇଥିଲେ । ୧୨ ଜୁନରେ ପୀଡିତାଙ୍କ ମା’ ଝିଅ ନିଖୋଜ ହେବା ଘଟଣାରେ ଥାନାରେ ଏଫଆଇଆର ଦେଲେ । ପୋଲିସର ସନ୍ଧାନ ପରେ ଓରେୟାଠାରୁ ପୀଡିତାଙ୍କୁ ଜବତ କରାଗଲା । ଏହାପରେ ୧୬୪ ଧାରାନୁସାରେ ଅଦାଲତରେ ତାଙ୍କର ବୟାନ ନିଆଗଲା । ୧ ଅଗଷ୍ଟରେ ଉନ୍ନାବ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ଦୁଇଜଣ ଆରୋପୀଙ୍କୁ ଗିରଫ କରିଥିଲା । ୧୭ ଅଗଷ୍ଟରେ ପୀଡିତା ତହରୀର ଥାନାରେ ନିଜ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଏତଲା ଦେଇଥିଲେ । କିନ୍ତୁ ଏହି ସମୟରେ ସେ ବିଧାୟକଙ୍କ ନାଁ ନେଇ ନଥିଲେ । ୩ ଏପ୍ରିଲ ୨୦୧୮ରେ ପୀଡିତା ବାପାଙ୍କ ସହ ଦୁର୍ବୁତ୍ତ ମାରପିଟ କରିଥିଲେ । ଜେଲରେ ରକ୍ତବାନ୍ତି କରିବା ଏବଂ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଗଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ୧୨ ଏପ୍ରିଲ ଅର୍ଥାତ୍ ଆଜିର ଦିନରେ ଡିସିପି ଲଭ୍ କୁମାର କହିଛନ୍ତି, କୁଲଦୀପ ସେଙ୍ଗରଙ୍କ ବିରୋଧରେ ଲଗାଯାଇଥିବା ଦୋଷ ଏପଯ୍ୟନ୍ତ ସତ ସାବ୍ୟସ୍ତ ହୋଇନାହିଁ । ପୀଡିତା ମା’ଙ୍କ ଅଭିଯୋଗ ଅନୁଯାୟୀ ଆଇପିସି ଧାରା ୩୬୩,୩୬୬,୩୭୬୫୦୬ ଏବଂ ପକ୍ସୋ ଆଇନ୍ ଅନୁସାରେ କେସ୍ ଦିଆଯାଇଛି । ଏହି କେସର ସମାଧାନ ଏବେ ସିବିଆଇ ହାତରେ ନ୍ୟସ୍ତ କରାଗଲା ।