କନକ ବ୍ୟୁରୋ: ଗଙ୍ଗା ଆଳତୀ ଦେଖିବାକୁ ଯାଇଥିବା ନାବାଳିକା ସହ ଗଣଦୁଷ୍କର୍ମ । ଉତ୍ତରପ୍ରଦେଶ ବାରଣାସୀରୁ ଆସିଲା ମଣିଷ ଜାତିକୁ ଲଜ୍ଜିତ କରିଦେବା ଭଳି ଖବର । ବାରଣାସୀରେ ଜଣେ ୧୭ ବର୍ଷୀୟା ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଅଭିଯୋଗ ମୁତାବକ ୪ ଜଣ ନର ରାକ୍ଷସ ମିଶି ଗଣଦୁଷ୍କର୍ମ କରିଥିବା ମାମଲା ଦାୟର ହୋଇଛି ।
ଏପରିକି ଗଣଦୁଷ୍କର୍ମର ପୂରା ଭିଡ଼ିଓ ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ କରିଦେଇଛନ୍ତି ୪ ଜଣ ନରପିଶାଚ । ପବିତ୍ର ସ୍ଥଳରେ ଏପରି ପାପକର୍ମ ନେଇ ହଇଚଇ ସୃଷ୍ଟି ହେବାପରେ ବାରଣାସୀ ପୋଲିସ ତତପରତା ଦେଖାଇଛି । ମାତ୍ର ୧୦ ଘଣ୍ଟା ମଧ୍ୟରେ ତଦନ୍ତ କରି ୪ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି ।
ଘଟଣାକୁ ନେଇ ପୋଲିସ କହିଛି , ସୁରଜ କୁମାର ଗୌଡ଼, ଗୋଲୁ ଗୌଡ଼, ସୁନୀଲ କୁମାର ପଟେଲ ଏବଂ ନଗେନ୍ଦ୍ର ହେଉଛନ୍ତି ନାବାଳିକା ଦୁଷ୍କର୍ମର ଅଭିଯୁକ୍ତ । ଏମାନେ ସୁଯୋଗ ଦେଖି ନାବାଳିକା ସହ ଦୁଷ୍କର୍ମ କରିଥିଲେ ଏବଂ ପରେ ସେହି ଭିଡ଼ିଓକୁ ଭାଇରାଲ କରିଛନ୍ତି । ଏହି ଘଟଣା ଥାନାକୁ ନେଇ ଯାଇନଥିଲେ ନାବାଳିକା ବରଂ ଭାଇରାଲ ଭିଡ଼ିଓରୁ ଖୁଲାସା କରିଥିବା କହିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/post_attachments/wp-content/uploads/2023/05/5-35.jpg)