ମକର ମେଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ମକର କୁମା ଜାଳିବାକୁ ଯାଇଥିବାବେଳେ ନଦୀପଠାକୁ ନେଇ ଗଣଦୁଷ୍କର୍ମ ଅଭିଯୋଗ; ୨ଜଣକୁ ଗିରଫ କରି ପୁଲିସର ପଚରାଉଚରା

କାହିଁକି ହାତ ବାନ୍ଧି ବସିଥିଲା ପୋଲିସ? ୭ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହେବା ପରେ ଆତ୍ମହତ୍ୟା କଲେ ନାବାଳିକା : ଏହାପରେ ବାପା ଆତ୍ମହତ୍ୟା ଉଦ୍ୟମ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

କନକ ବ୍ୟୁରୋ: ମକର ପର୍ବ ପାଳନ ପାଇଁ ମକର କୁମା ନିଆଁ ଲଗାଇବାକୁ ଯାଂଇଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଛଇ ପୋଲିସ । ଦୁଷ୍କର୍ମକାରୀଙ୍କ ଭିତରେ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ବୁଧୁରାମ ସିଂଙ୍କ ପୁଅ ସାନୁ ସିଂ ବୋଲି ଜଣାପଡ଼ିଛି । ଯୁୂବତୀ ଜଣକ ମକର କୁମା ଜାଳିବାକୁ ଯାଇଥିବା ବେଳେ ତାଙ୍କୁ ବଳପୂର୍ବକ ନଦୀକୂଳକୁ ଉଠାଇ ନେଇଥିଲେ । ସେଠାରେ ଜୋରଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରି କରିଥିଲେ । ଘରକୁ ଫେରି ପିଡ଼ିତା ଜଣଙ୍କ ତାଙ୍କର ବଡ଼ ଭଉଣୀକୁ କହିବା ପରେ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe