କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବଡବିଲ ଭଦ୍ରାସାହି ଗାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗତ ଗୁରୁବାର ଦିନ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ମଧ୍ୟପ୍ରଦେଶରୁ ଆସି ଭଦ୍ରାସାହିରେ ରହି ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କର ପତ୍ନୀଙ୍କ ସହ ଝଗଡା ହେବା ପରେ ମହିଳା ଜଣକ ଘର ଛାଡି ଚାଲିଯାଇଥିଲେ । ଏହି ସମୟରେ ରୋଇଡା ଛକ ନିକଟରେ ମହିଳାଙ୍କ ଚିହ୍ନା ପରିଚିତ ଅନ୍ୟ ଦୁଇ ଜଣ ଡ୍ରାଇଭର ଖୁଦାବକ୍ସ ଅନସାରୀ ଓ ମହମ୍ମଦ ନାସିର ତାଙ୍କୁ ଲିଫ୍ଟ ଦେଇଥିଲେ ।
ଏହାପରେ ସେହି ଟ୍ରକରେ ତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ୩ଦିନ ତାଙ୍କୁ ଘରେ ଜୋରଜବରଦସ୍ତ ରଖି ଶାରିରୀକ ନିର୍ଯାତନା ଦେବା ଓ ଦୁଷ୍କର୍ମ କରିିବା ଅଭିଯୋଗ ଆସିଛିି । ତେବେ ମହିଳା ଜଣକ କୌଶଳକ୍ରମେ ସେଠାରୁ ଖସି ଆସି ନିଜ ସ୍ୱାମୀଙ୍କ ସହ ବଡବିଲ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଦୁଷ୍କର୍ମ କରାଯାଇଥିବା ଗାଡିକୁ ଜବତ କରିଛି । ବଡବିଲ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରିଛିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/13-14.jpg)