ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ମଂଜୁରୀ । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ପାଇଁ ୧୨ଶହ ୪୬କୋଟି ଟଙ୍କା ବ୍ୟୟବରାଦ

30

କନକ ବ୍ୟୁରୋ :ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି ।ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପକୁ ମଂଜୁରୀ ମିଳିଛି । ପ୍ରକଳ୍ପ ପାଇଁ ୧୨ଶହ ୪୬କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ପ୍ରକଳ୍ପ ଦ୍ୱାରା ପାଇପ ଯୋଗେ ୩୨ହଜାର ହେକ୍ଟର ଜମି ଜଳସେଚିତ ହେବ ।

ବରପାଲି,ବିଜେପୁର ଓ ସୋହେଲାରେ ଚାଷୀ ଏହାଦ୍ୱାରା ଲାଭ ପାଇପାରିବେ । ମାର୍ଚ୍ଚ ସୁଦ୍ଧା ଏନେଇ ଟେଣ୍ଡର ପ୍ରକ୍ରୀୟା ଶେଷ ହେବ । ଏହାସହ ଭୁବନେଶ୍ୱର ଓଲ୍ଡ ଟାଉନରେ ସ୍ୱରେଜ ବ୍ୟବସ୍ଥାକୁ ମଧ୍ୟ ଅନୁମୋଦନ ମିଳିଛି । ଏଥିପାଇଁ ୧୭୩କୋଟି ଟଙ୍କା ବ୍ୟୟବରାଦ ହୋଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଦାମୋଦର ରାଉତ ।