ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କାର୍ଯ୍ୟଭାର ନିଜ ମୁଣ୍ଡକୁ ନେବାର ପ୍ରାୟ ୪ ବର୍ଷ ବିତିଗଲାଣି । ଏହି ଚାରି ବର୍ଷ ମଧ୍ୟରେ ବହୁ ଲୋଭନିୟ ବକ୍ତବ୍ୟ ଏବଂ ଲୋକ ମାନଙ୍କୁ ବହୁ ପ୍ରତିଶୃତି ଦେଇ ନିଜର ଏକ ଐତିହାସିକ ପରିଚୟ ସୃଷ୍ଟି କରିପାରିଛନ୍ତି ନରେନ୍ଦ୍ର ମୋଦୀ । ଦେଶର ଉନ୍ନତି ପାଇଁ ଦେଇଥିବା ପ୍ରତିଶୃତି ମଧ୍ୟରୁ ଏପରି କିଛି ପ୍ରତିଶୃକି ରହିଯାଇଛି ଯାହା ବୋଧ ହୁଏ ମୋଦୀ ଭୁଲିଯାଇଛନ୍ତି । ସେହିପରି ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ମୋଦୀ କହିଥିଲେ ସହର ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଗଙ୍ଗାକୁ ସ୍ୱଚ୍ଛ ଏବଂ ନିର୍ମଳ କରିବା ଆବଶ୍ୟକ ଅଟେ । ସେ ଏହା ମଧ୍ୟ କହିଥିଲେ, ଗଙ୍ଗା ମାତା” ଚାହୁଁଛନ୍ତି କି ତାଙ୍କର ଏପରି ଏକ ପୁଅ ଆସୁ ଯିଏ ଗଙ୍ଗାକୁ ଅପରିଷ୍କାରରୁ ମୁକ୍ତ କରିବ । କିନ୍ତୁ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଗଙ୍ଗାକୁ ନେଇ ମୋଦୀଙ୍କର କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିପାରିନାହିଁ ।
ଖବରରୁ ପ୍ରକାଶ, ମୋଦୀ କ୍ଷମତାକୁ ଆସିବାର କିଛିଦିନ ମଧ୍ୟରେ ଗଙ୍ଗାକୁ ଦୁଷିତ ହେବାରୁ ରକ୍ଷା କରିବା ପାଇଁ ପ୍ରଥମେ ପ୍ରଥମେ ଖୁବ ଯୋରସୋରରେ ଲାଗିପଡିଥିଲେ । ଗଙ୍ଗାକୁ ସଫା କରିବା ପାଇଁ ମୋଦୀ ଏକ ନୂତନ ମନ୍ତ୍ରଣାଳୟ ଗଠନ କରିଥିଲେ । ଯହାର ଦାଇତ୍ୱ ଉମା ଭାରତୀଙ୍କୁ ଦିଆଯାଇଥିଲା । କେବଳ ସେତିକି ନୁହେଁ ଏନେଇ ଏକ ଆକ୍ସନ୍ କମିଟି ମଧ୍ୟ ଗଠନ କରିଥିଲେ । ଯେଉଁଥିରେ ଉମା ଭାରତୀଙ୍କ ସମେତ ନିତିନ ଗଡକରୀ, ପ୍ରକାଶ ଯାବେଦକର, ପିୟୁସ ଗୋୟଲ ଏବଂ ଶ୍ରୀପଦ ନାୟକ ଭଳି ପୁରୁଖା ଏବଂ ଅନୁଭବି ନେତା ସାମିଲ ଥିଲେ । କିନ୍ତୁ ଗଙ୍ଗାକୁ ନେଇ ଗଠନ ହୋଇଥିବା ଯୋଜନା ଗୁଡିକ କେବଳ ଯୋଜନାରେ ସିମିତ ରହିଗଲା । ମୋଦୀ କ୍ଷମତାକୁ ଆସିବାର ୪ ବର୍ଷ ଏବଂ ଗଙ୍ଗାକୁ ଆବର୍ଜନାରୁ ମୁକ୍ତ କରିବାର ଯୋଜନା ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଗଙ୍ଗାର ଦୁଃଖ ଫେରିପାରିଲା ନାହିଁ ।
ସୂଚନା ଅନୁଯାୟୀ, ମେଁ ୧୩ ତାରିଖ ୨୦୧୫ରେ ଗଙ୍ଗାକୁ ସଫା କରିବା ପାଇଁ ଯୋଜନା ଆରମ୍ଭ ହୋଇଥିଲା । ତେବେ ୩ ବର୍ଷ ମଧ୍ୟରେ ୪,୧୩୧ କୋଟି ଟଙ୍କା ଏହି ଯୋଜନାକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଗଙ୍ଗାକୁ ସଫା କରିବା ପାଇଁ ମାତ୍ର ୩,୦୬୨ କୋଟି ଟଙ୍କା ଖର୍ଚ୍ଛ ହୋଇପାରିଛି । ମିଳିଥିବା ଟଙ୍କାର ଅଧାରୁ ଅଧିକ ଖର୍ଚ୍ଛ ହୋଇଥିଲେ ମଧ୍ୟ ଗଙ୍ଗାର କୌଣସି ପରିବର୍ତ୍ତନ ହେଲା ଭଳି ନଜର ଆସୁ ନାହିଁ ।
ମନ୍ତ୍ରୀ ବଦଳିଗଲେ କିନ୍ତୁ ବଦଳିଲାନି ଗଙ୍ଗାର ଭାଗ୍ୟ ।
/kanak/media/post_attachments/wp-content/uploads/2018/05/755_1527053588_618x347.jpeg)