ବିହାର ରାଜ୍ୟ ବକ୍ସର ଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ୫ ବର୍ଷର ଛୁଆକୁ ହତ୍ୟା କରାଯାଇଛି । ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ଦୁଷ୍କର୍ମକୁ ନେଇ ଦେଶରେ ମହିଳା ଏବେ ଚିନ୍ତିତ

579

କନକ ବ୍ୟୁରୋ : ଦୁଷ୍କର୍ମକୁ ନେଇ ଦେଶରେ ମହିଳା ଏବେ ଚିନ୍ତିତ । କାରଣ ଦୁଷ୍କର୍ମ କରୁଥିବା ମଣିଷରୂପି ରାକ୍ଷଶ ମାନେ ସ୍ଥାନ କାଳ କି ବୟସର ତାରତମ୍ୟକୁ ଦେଖୁ ନଥିବା ଜଣାପଡିଛି । କାମୁକ ନିଶା ଏତେ ଜୋର ଧରୁଛି ଯେ ସେ ଶିଶୁ ହେଉ କି ବୟସ୍କ,ତାଙ୍କ ସାମ୍ନାରେ ସବୁ ସମାନ । ହେଲେ ଆମେ କହୁଛୁ ବିହାର ଜିଲ୍ଲାର ବକ୍ସର ଠାରେ ଘଟିଥିବା ଗଣ ଦୁଷ୍କର୍ମ ବାବଦରେ । ଏହି ଦୁଷ୍କର୍ମର କାହାଣୀ ଟିକେ ଅଲଗା ।
ଶନିବାର ବିହାରର ରାଜଧାନୀ ପାଟନା ନିକଟରେ ବକ୍ସର ଠାରେ ଦେଖିବାକୁ ମିଳିଛି ଏକ ଲୋକଟାଙ୍କୁରା ଦୁଷ୍କର୍ମ ଘଟଣା । ପୋଲିସର ସୂଚନା ମୁତାବକ ଜଣେ ଦଳିତ ମହିଳା ଓ ତା’ର ୫ ବର୍ଷର ଶିଶୁକୁ ନେଇ କୌଣସି କାମରେ ବ୍ୟାଙ୍କକୁ ଯାଉଥିବା ବେଳେ ରାସ୍ତାରେ କିଛି ଅସାମାଜିକ ଯୁବକ ତାଙ୍କ ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହାକୁ ସେ ବିରୋଧ କରିବାରୁ ରାକ୍ଷଶ ମାନେ ତାଙ୍କୁ ପାଖରେ ଥିବା ଏକ କେନାଲକୁ ଫିଙ୍ଗି ଦେଇଦେବା ସହ ଶିଶୁଟିର ଗଳାଚିପି ହତ୍ୟା କରିଥିଲେ ।

ଏନେଇ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଂଚିବା ବେଳକୁ ଶିଶୁଟିର ମୃତ୍ୟୁ ହୋଇସାରିଥିବା ବେଳେ ମହିଳା ଜଣଙ୍କ ବେହୋସ୍ ଅବସ୍ଥାରେ କେନାଲ ଭିତରେ ପଡିରହିଥିଲେ । ଏନେଇ ପୋଲିସ ମହିଳା ଜଣଙ୍କୁ ବକ୍ସର ସଦର ମେଡିକାଲରେ ଭର୍ତ୍ତି କରିଛି ।
ଅନ୍ୟପଟେ ଏହି ଘଟଣାର ତଦନ୍ତ କରି ଦୁଷ୍କର୍ମରେ ୭ ଜଣ ଜଡିତ ଥିବା ପୋଲିସ କହିଛି । ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ୍ କରିଥିବା ବେଳେ ୨ ଜଣ ଚିହ୍ନଟ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ଏହି ଘଟଣାକୁ ନେଇ ପୀଡିତ ମହିଳାଙ୍କ ବାପା କହିଛନ୍ତି କି ‘ମୋ ଝିଅ ତା’ର ୫ ବର୍ଷର ପିଲାକୁ ନେଇ ବ୍ୟାଙ୍କ ଯାଇଥିଲା । ହେଲେ ୧୧ ଟା ପରେ ତା’ର ଫୋନ୍ ସ୍ୱିଚ୍ ଅଫ୍ ଦେଖାଇଥିଲା । ଫଳରେ ତା ସହିତ କିଛି ଯୋଗା ଯୋଗ ହୋଇପାରି ନଥିଲା । କିନ୍ତୁ ତା ପରଦିନ ପାଖ ନଦୀରୁ ମୋ ଝିଅ ଓ ତାର ପିଲା ଏକା ସାଥିରେ ବନ୍ଧା ହୋଇ ପଡିଥିବା ଦେଖିବାକୁ ମିଳିଥିଲା ‘ ଅନ୍ୟପଟେ ପୀଡିତ ମହିଳା ଜଣଙ୍କ କହିଛନ୍ତି କି ମୁଁ ରାସ୍ତାରେ ଯାଉଥିବା ବେଳେ କିଛି ଲୋକ ମୋତେ ଘେରି ଯାଇଥିଲା । ଏହାପରେ ସେଠାରୁ ମୋତେ ଓ ମୋ ପିଲାକୁ ଅପହରଣ କରିନେଇଥିଲେ । ଏକ ନିଛାଟିଆ ସ୍ଥାନରେ ଜଣକ ପରେ ଜଣେ ମୋ ସହିତ ଦୁଷ୍କର୍ମ କରିଥିଲେ । ଏସବୁକୁ ବାହାରେ ପ୍ରଘଟ କରିଦେବାକୁ ମୁଁ କହିବାରୁ ମୋ ପିଲାକୁ ଗଳା ଚିପି ହତ୍ୟାକରିବା ସହ ମୋ ପିଲା ସହ ମୋତେ ବାନ୍ଧି ସେମାନେ କେନାଲକୁ ପକାଇ ଦେଇଥିଲେ । ହୋସ୍ ଫେରିବା ପରେ ସେ ଚିକ୍ରାର କରିବାକୁ ସ୍ଥାନୀୟ ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ।
କହିରଖୁ କି ଉତ୍ତରପ୍ରଦେଶର ହାଥରସ୍ ରେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ସହ ଯେଭଳି ଅମାନୁଷିକ ଭାବେ ହତ୍ୟା କରାଗଲା ତାହାକୁ ନେଇ ସାରା ଦେଶରୁ ବିରୋଧ ହେଉଛି । ଏହି ମାମଲାର ତଦନ୍ତ ସିବିଆଇ ହାତକୁ ନେଇଥିବା ବେଳେ ବିହାର ବକ୍ସରେ ଘଟଥିବା ଏଭଳି ମାମଲାରେ ଅଭିଯୁକ୍ତଙ୍କୁ କେବେ ଗିରଫ୍ କରିବ ପୋଲିସ ତାକୁ ନେଇ ଅପେକ୍ଷା ।