ବିଧବା ପରିବା ବିକାଳିଙ୍କୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୩ଦୁଷ୍କର୍ମକାରୀ, ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ

589

କନକ ବ୍ୟୁରୋ : ବଡବିଲରେ ଜଣେ ବିଧବା ପରିବା ବିକାଳୀଙ୍କୁ ଟେକିନେଇ ୩ଜଣ ଦୁର୍ବୃତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ଗୁରୁବାର ଦିନ ପୀଡିତା ଜଣକ ସୁନ୍ଦରଗଡ କୋଇଡା ହାଟରେ ପରିବା ବିକ୍ରି କରି ବଡବିଲ ଫେରିବାବେଳେ ଗୁରୁଦ୍ୱାରା ଛକ ନିକଟରୁ ଏକ ସ୍କର୍ପିଓ ଗାଡିରେ ଆସି ୩ ଜଣ ଦୁର୍ବୃତ ମହିଳାଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ପୀଡିତାଙ୍କୁ ଏକ କାଜୁ ଜଙ୍ଗଲରେ ବାରମ୍ବାର ଦୁଷ୍କର୍ମ କରିଥିଲେ ଏହି ୩ ଦୁର୍ବୃତ ।

ତେବେ କୌଶଳକ୍ରମେ ପୀଡିତା ଜଣକ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସିଆସିବା ପରେ ଶନିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମହିଳାଙ୍କ ଡାକ୍ତରୀ ମାଇନା କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଜଣେ ନାବାଳକଙ୍କ ସହ ୩ ଜଣଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି । ପୋଲିସ ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଦୁଷ୍କର୍ମକାରୀ ।

ତଥାପି ସାସହ କରି ପୋଲିସରେ ଅଭିଯୋଗ କରିଥିଲେ ପୀଡିତା ଜଣକ । ଦୁଷ୍କର୍ମ ପରେ ୧୩ ହଜାର ଟଙ୍କା ମଧ୍ୟ ଛଡାଇ ନେଇଥିବା ମଧ୍ୟ ପାଡିତା ତାଙ୍କ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି । ପୋଲିସ ଏବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ଉପରେ ହୋଇଥିବା ଅମାନୁଷିକ ଅତ୍ୟାଚାର ବାବଦରେ ଅନ୍ୟଜଣେ ମହିଳାଙ୍କ ସହ ପୀଡିତା କଥାହେବାର ଫୋନେ ରେକର୍ଡ ଆମର ହସ୍ତଗତ ହୋଇଛି ।