କନକ ବ୍ୟୁରୋ:  ପୁଣି ବ୍ରହ୍ମପୁର ସହରରେ ମାତିଲେ ଲୁଟେରା ଗ୍ୟାଙ୍ଗ । ଗାଡି ଓ ମୋବାଇଲ ଭଳି ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ସ୍କୁଟିରେ ବୁଲି ପ୍ରଥମେ ଅନୁଧ୍ୟାନ କରୁଛନ୍ତି ତାପରେ ଗାଡି ଧରି ଚମ୍ପଟ ମାରୁଛନ୍ତି ।

Advertisment

ମଙ୍ଗଳବାର ଦିବାଲୋକରେ ମେଡିକାଲରୁ ସ୍କୁଟି ଚୋରି ହୋଇଥିବା ବେଳେ ସଂଧା ୭ଟାରେ ଷ୍ଟେସନ ରୋଡ ସ୍ୱତନ୍ତ୍ର ସର୍କିଟ ହାଉସ ସମୁଖ ଏକ ହୋଟେଲରୁ ଏକ ବାଇକ ଚୋରୀ ହୋଇଛି । ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରଥମେ ଜଣେ ଦୁର୍ବୃତ୍ତ ସ୍କୁଟିରେ ଆସି ଅନୁଧ୍ୟାନ କରି ଯିବା ପରେ ଅନ୍ୟଜଣେ ଦୁର୍ବୃତ ଆସି ହୋଟେଲ ନିକଟରେ ଠିଆ ହୋଇ ବିଭିନ୍ନ ଗାଡିର ଚାବିକୁ ଖୋଲିବା ପାଇଁ ଚେଷ୍ଟାକରି ସଫଳ ହେବା ପରେ ବାଇକ ଟିକୁ ଧରି ଛୁ ମାରିଛି । ସେହିଦିନ ରାତି ୧୧ଟାରେ ଷ୍ଟେସନ ରୋଡରେ ଥିବା ଏସବିଆଇ ଶାଖା ଦେଇ ଜଣେ ଲୋକ ଘରକୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ ମୋବାଇଲକୁ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସବୁ ଲୁଟ ପଛରେ ବାହାର ଲୁଟେରା ଗ୍ୟାଙ୍କର ସଂପୃକ୍ତି ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।