ଭୁବନେଶ୍ୱରରେ ଆତଙ୍କ ଚଳାଇଥିବା ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ ଗିରଫ । ୯ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ।

287

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ଆପାର୍ଟମେଣ୍ଟରେ ବି ରହିବାକୁ ମଧ୍ୟ ଭୟ ଲାଗୁଛି । କିଛି ଦିନ ହେବ ବାରମ୍ବାର ଆପାର୍ଟମେଣ୍ଟରୁ ଲୁଟ୍ ହେଉଛି । ଆପାର୍ଟମେଣ୍ଟ ତଡା ଗ୍ୟାଙ୍ଗ, କବାଟ ଝରକା ତାଡି ଘରେ ପଶୁଛନ୍ତି । ସୁନା ଗହଣା, ଟଙ୍କା ପଇସା ନେଇ ଛୁ ମାରୁଛନ୍ତି । ତେବେ ଏହାରି ଭିତରେ କିନ୍ତୁ ଆପାର୍ଟମେଣ୍ଟ ତଡା ଗ୍ୟାଙ୍ଗ ଗିରଫ ହୋଇଛନ୍ତି । ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ଗାଡି, ନଗଦ ଟଙ୍କା, ସୁନାରୂପା ଗହଣା ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ମାଳମାଳ ମାମଲା ରହିଛି । ଓଡିଶାର ଏହି ଗ୍ୟାଙ୍ଗ ରାଜ୍ୟ ବାହାରେ ରହି ଲୁଟ୍ପାଟ୍ର ଅପରେଟ୍ କରୁଥିଲେ । ଓଡିଶାରୁ ଲୁଟ୍ କରି ବାହାର ରାଜ୍ୟରେ ଅୟସ ଆରାମ କରୁଥିବା ପୁଲିସ ଜାଣିବାକୁ ପାଇଛି ।