ଶଙ୍ଖ ଧରିଲେ ଗଣେଶ୍ୱର ବେହେରା । ସମର୍ଥକଙ୍କ ସହ ଯାଇ ବିଜେଡିରେ ହେଲେ ସାମିଲ ।

ଟିକେଟ୍ ନମିଳିବାରୁ ଛାଡିଥିଲେ କଂଗ୍ରେସ

711

କନକ ବ୍ୟୁରୋ: ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା । ଶଙ୍ଖ ଭବନରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟଭାର ତୁଲାଇଥିଲେ । କଂଗ୍ରେସରୁ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନମିଳିବାରୁ ସେ ଦଳ ଛାଡିଥିବା କହିଥିଲେ ।

ଅନ୍ୟପଟେ ତାଙ୍କର ବିଜେଡିରେ ସାମିଲ ହେବା ଓ ବିଜେଡିରୁ ଟିକେଟ୍ ମିଳିବାକୁ ନେଇ କେନ୍ଦ୍ରାପଡାରେ ଲାଗିରହିଛି ଅସନ୍ତୋଷ । ଗଣେଶ୍ୱର ବେହେରା ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ନେଇ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେମାନଙ୍କ କହିବା ଅନୁଯାୟୀ ବିଜେଡି ଯାହାକୁ ବି ଟିକେଟ ଦେଉଛି ଦେଉ, କିନ୍ତୁ ଅନ୍ୟ ଦଳରୁ ଯେ ଆସିବେ, ତାଙ୍କୁ ଗ୍ରହଣ କରାଯିବ ନାହିଁ । ଶତାଧିକ କର୍ମୀଙ୍କ ଏକ ଦସ୍ତଖତ ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।