ଚଳିତ ବର୍ଷ ଫିକା ପଡିବ ଗଣେଶ ପୂଜା : କରୋନା ପାଇଁ ଗଂଜାମରେ ଗଜାନନଙ୍କ ପୂଜା ଉପରେ କଟକଣା ପରେ ଚିନ୍ତାରେ ମୂର୍ତ୍ତି କାରିଗର, ମୂର୍ତ୍ତି ନିର୍ମାଣ କରିଥିଲେ ବି ହୋଇପାରୁନି ବିକ୍ରି; ଆସୁନାହାନ୍ତି ଗ୍ରାହକ

230

କନକ ବ୍ୟୁରୋ : କରୋନା ମାହାମାରୀ ଯୋଗୁଁ ଏଥର ଗଞ୍ଜାମ ଜିଲ୍ଲାରେ ପାଳିତ ହେବ ନାହିଁ ଗଣେଶ ପୂଜା । ଜିଲ୍ଲାର କୌଣସି ସ୍ଥାନରେ ପୂଜା ହେବ ନାହିଁ କି ଭିଡ ଲଗାଇଁ ପୂଜା କରିବେ ନାହିଁ ମନ୍ଦିରର କର୍ମକର୍ତ୍ତା । ଯେଉଁମାନେ ନିୟମକୁ ଉଲ୍ଲଙ୍ଘନ କରି ପୂଜା କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନପାଇଁ ଚେତାବନୀ ଦେଇଛି ଜିଲ୍ଲା ପ୍ରଶାସନ । ଏପଟେ ଗଣେଶ ପୂଜା ବଜାର ବି ମାନ୍ଦା ପଡିଛି । କାରିଗର ମୂର୍ତ୍ତି ନିର୍ମାଣ କରିଥିଲେ ବି ନେବାପାଇଁ ଗ୍ରାହକ ନାହାନ୍ତି । ଫଳରେ ଚିନ୍ତାରେ ଅଛନ୍ତି କାରିଗର ।

ଚଳିତ ବର୍ଷ କୋଭିଡ ୧୯ର ଭୟାବହତାକୁ ନଜରରେ ରଖି ପ୍ରଶାସନ ନେଇଛି କଡା ନିଷ୍ପତି । କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିଂବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତି ହୋଇଛି । ତାଳଚେର ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଏହି ନିଷ୍ପତି ହୋଇଛି । ପ୍ରଶାସନର ଏହି ନିଷ୍ପତିକୁ ଅବମାନନା କରି ପୂଜା ଆୟୋଜନ କଲେ କୋଭିଡ୍ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି ।