ଟ୍ରାଫିକ୍ ସଚେତନତା ପାଇଁ ନିଆରା ଉଦ୍ୟମ: ଗଣେଶ ବାନ୍ଧିଲେ ସିଟବେଲ୍ଟ; କାର ଆଗ ସିଟରେ ଗଣେଶ ମୂର୍ତ୍ତି ରଖି ସିଟବେଲ୍ଟ ପିନ୍ଧାଇ ନେଲେ ଟ୍ରାଫିକ୍ କର୍ମଚାରୀ

ସୋସିଆଲ୍ ମିଡିଆରେ ଭାଇରାଲ୍

243

କନକ ବ୍ୟୁରୋ: ନୂଆ ଟ୍ରାଫିକ ନିୟମରେ ଚଢା ଫାଇନକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ମୁକ୍ତ ଭାବରେ ମନ୍ତବ୍ୟ ଉପସ୍ଥାପନ କରିପାରୁଥିବାରୁ ଲୋକେ ନିଜ କଥା କହିବାକୁ ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରୁଛନ୍ତି । ତେବେ ଏହି କ୍ରମରେ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ଟ୍ରାଫିକ୍ ସଚେତନତାକୁ ନେଇ ଏକ ଚୋରକ ଚିତ୍ର । ଯେଉଁଥିରେ ବିଘ୍ନକର୍ତ୍ତା ଗଣେଶଙ୍କୁ ନେଇ ସୋସିଆଲ ମିଡିଆ ଆରମ୍ଭ ହୋଇଛି ମେମେ ।

ଏ ଚିତ୍ର ମଧ୍ୟପ୍ରଦେଶ ମଦସୋରର । ଜଣେ ଟ୍ରାଫିକ ପୋଲିସ କର୍ମଚାରୀ ଏଭଳି ଗଣେଶ ମୂର୍ତ୍ତିକୁ କାରର ଆଗ ସିଟରେ ବସାଇ ନେଉଥିବାବେଳେ ନିଜେ ସିଟବେଲ୍ଟ ବାନ୍ଧିବା ସହ ଗଣେଶଙ୍କ ସିଟ ବେଲ୍ଟ ମଧ୍ୟ ବାନ୍ଧିଥିବା ଦେଖିବାକୁ ମିଳିଛି । ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଅନେକ ଜାତୀୟ ଗଣମାଧ୍ୟମରେ ପ୍ରସାରଣ ହେଉଛି ।

ଟ୍ରାଫିକ ନିୟମ ପାଳନ କରିବା ଲାଗି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଟ୍ରାଫିକ ପୋଲିସ କର୍ମଚାରୀ ଜଣକ ଏଭଳି କରିଥିବା ପ୍ରତିକ୍ରିୟା ଦେଇଛନ୍ତି । ତେବେ ନୂଆ ଟ୍ରାଫିକ ନିୟମ ଆସିବା ପରଠାରୁ ଏଭଳି ଅନେକ ଫଟୋ ଓ ଭିଜୁଆଲ ବ୍ୟଙ୍ଗାତ୍ମକ ଶୈଳୀରେ ସୋସିଆଲ ମିଡିଆରେ ଘୁରିବୁଲୁଛି । କିଛି ସାଧାରଣ ଲୋକ ମଧ୍ୟ ଏହିଭଳି ଗଣେଶ ମୂର୍ତ୍ତିକୁ ଭସାଣି ପାଇଁ ନେଲାବେଳେ ସିଟବେଲ୍ଟ ବାନ୍ଧିଥିବା ଦେଖିବାକୁ ମିଳୁଛି ।