ସାରା ଦେଶରେ ଧୁମଧାମରେ ଚାଲିଛି ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା । ମହାରାଷ୍ଟ୍ରର ଗଣପର୍ବରେ ସାମିଲ ହେଲେ ନେତାଙ୍କଠୁ ନେଇ ଅଭିନେତା

80

କନକ ବ୍ୟୁରୋ : ସାରା ଦେଶରେ ବେଶ୍ ଧୁମଧାମରେ ପାଳନ ହେଉଛି ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୂଜା । ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ । ମହାରାଷ୍ଟ୍ର ଠୁ ନେଇ ମୁମ୍ବାଇ ସାରା ଦେଶରେ ଆଗାମୀ ୧୦ ଦିନ ଯାଏଁ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ ହୋଇଥାଏ ଗଣେଶ ପୂଜା । ଦେଶର ବିଭିନ୍ନ ସ୍ଥାନରୁ ଗଣପତିଙ୍କ ସ୍ଥାପନ ଓ ପୂଜା ହେଉଥିବା ଚିତ୍ର ସାମ୍ନାକୁ ଆସିଛି । ସାଜ୍ଜସଜ୍ା ଠୁ ଆରମ୍ଭ କରି ମୂର୍ତ୍ତି ସ୍ଥାପନ ଯାଏଁ ଆୟୋଜକ କମିଟି ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି । କେବଳ ପୂଜା ମଣ୍ଡପ ନୁହେଁ ଘରେ ଘରେ ପୂଜା ପାଉଛନ୍ତି ଗଣପତି ବପ୍ପା । ନିଜ ବାସଭବନରେ ପରିବାର ଲୋକଙ୍କ ଗହଣରେ ଗଣେଶ ପୂଜା କରିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଧ । ଗଣେଷ ପୂଜା ଅବସରରେ ଗଜାନନଙ୍କ ସ୍ୱତନ୍ତ୍ର ଆରତି କରିଛନ୍ତି ଏକନାଥ ସିନ୍ଦେ ।

ମହରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଆଡମ୍ବରପୂର୍ଣର୍ ଭାବେ ପାଳନ ହେଉଛି ଗଣେଶ ପୂଜା । ଏଥିପାଇଁ ଆୟୋଜକ କମିଟି ଜୋରଦାର ପ୍ରସ୍ତୁତି ଲାଗିଛନ୍ତି । ମୁମ୍ବାଇର ପ୍ରସିଦ୍ଧ ଲାଲବାଗ ପୂଜା ମଣ୍ଡପରେ ଲୋକଙ୍କ ଭିଡ ଜମିଛି । କରୋନା ପାଇଁ ଗତ ୨ ବର୍ଷ ହେବ ଲାଗବାଗ ରାଜାଙ୍କ ଦରବାର ବନ୍ଦ ରହିଥିଲା । ହେଲେ ଏଥର କଟକଣା ହଟିବା ପରେ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଜମିଛି । ଭକ୍ତ ମାନେ ଲମ୍ବା ଧାଡିରେ ଯାଇ ଲାଲବାଗ ରାଜାଙ୍କୁ ଦର୍ଶନ କରୁଛନ୍ତି । ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକଙ୍କ ପାଖରେ ବି ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଖାଲି ପୂଜା ମଣ୍ଡପ ନୁହେଁ ସେଲିବ୍ରେଟିଙ୍କ ଘରେ ବି ଗଣେଶ ପୂଜାର ମାହୋଲ ଦେଖିବାକୁ ମିଳିଛି । ପ୍ରଥମ ସେଲିବ୍ରେଟି ଭାବେ ଅଭିନେତା କାର୍ତିକ ଆୟନ ଆଜି ଲାଲବାଗ କେ ରାଜାଙ୍କ ଦର୍ଶନ କରିଛନ୍ତି । ସେହିପରି ଅଭିନେତା ନମନ ଶାହା ବି ଘରେ ଗଶେଣ ମୂର୍ତ୍ତି ସ୍ଥାପନ କରି ପୂଜା କରିଛନ୍ତି । ଅଭିନେତା ଗୁରମିତ ଚୌଧରୀ ମଧ୍ୟ ଘରେ ଗଣେଶ ପୂଜା ପାଳିଛନ୍ତି । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଘରେ, ଯୁବ ସଂଗଠନ ଓ ବିଭିନ୍ନ କ୍ଲବ ଗୁଡ଼ିକ ଗଣେଶ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଛି ।