ମାୟାନଗରୀରେ ଗଣେଶ ଚତୁର୍ଥୀର ପାଳନ: ପୂଜାର୍ଚ୍ଚନା ସହ ଘରକୁ ବିଘ୍ନବିନାଶକଙ୍କୁ ସ୍ୱାଗତ କଲେ ବଲିଉଡ୍ କଳାକାର 

77

କନକ ବ୍ୟୁରୋ: ବର୍ଷକ ପରେ ପୁଣି ଘରକୁ ଆସିଛନ୍ତି ଗଣପତି ବପ୍ପା । ବଲିଉଡ ସେଲିବ୍ରେଟି ନିଜ ନିଜ ଅନ୍ଦାଜରେ ବିଘ୍ନବିନାଶକଙ୍କୁ ଘରକୁ ସ୍ୱାଗତ ଜଣାଇଛନ୍ତି । ସେଲିବ୍ରେଟିଙ୍କ ଘରୁ ଆସିଥିବା ପୂଜା ସମୟର ଭଳିକି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । କରୋନା କଟକଣା ଭିତରେ କଳାକାରମାନେ ନିରାଡମ୍ବର ଭାବେ ପାଳିଛନ୍ତି ଗଣେଷ ଚତୁର୍ଥୀ ।

ଶୁକ୍ରବାର ଗଶେଷ ଚତୁର୍ଥୀର ସହ ମହାରାଷ୍ଟ୍ରରେ ଆରମ୍ଭ ହୋଇଯାଇଛି ୧୦ ଦିନିଆ ଗଣ ପର୍ବ । ଆଉ ଏଥର କରୋନାକୁ ନଜରରେ ରଖି ଗଣେଷ ଚତୁର୍ଥୀକୁ ବେଶ ସାଧାରଣ ଭାବେ ପାଳନ କରିଛନ୍ତି ବଲିଉଡ୍ କଳାକାରମାନେ । କିଛି କଳାକାର ଘରେ ଗଣପତିଙ୍କ ପୂଜା ବେଶ ଉତ୍ସାହର ସହ ପାଳିଥିବାବେଳେ ଆଉ କିଛି କଳାକାର ସିଧା ପୁଜା ପେଣ୍ଡାଲରେ ପହଁଚିଛନ୍ତି । ବଲିଉଡ କଳକାର ନିଜ ନିଜ ଅନ୍ଦାଜରେ ପାଳିଛନ୍ତି ଗଣେଷ ପୂଜା । ବଲିଉଡ ଡ୍ୟାନ୍ସିଂ କିଙ୍ଗ ଗୋବିନ୍ଦା ନିଜ ପରିବାର ସହ ପାଳିଛନ୍ତି ଗଣେଷ ପୂଜା । ଘରେ ଗଣେଷଙ୍କ ମୂର୍ତି ସ୍ଥାପନା କରି ପୂଜାର୍ଚ୍ଚନା କରିଛନ୍ତି ଅଭିନେତା । ସେହିପରି ବେସାହାରାଙ୍କ ସାହାରା ସାଜିଥିବା ଅଭିନେତା ସୋନୁ ସୁଧ ମଧ୍ୟ ଆଡମ୍ବର ସହ ପାଳିଛନ୍ତି ଗଣେଷ ପୂଜା । ପତ୍ନୀଙ୍କ ସହ ଏକାଠି ମିଶି ସୋନୁ ପୂଜା କରିବା ସହ ଘର ବାହାରେ ଭିଡ ଜମାଇଥିବା ପ୍ରଂଶସକଙ୍କୁ ମିଠା ମଧ୍ୟ ବାଟିଂଥିଲେ ସୋନୁ ।

ସେହିପରି ପ୍ରଯୋଜକ ଭୂଷଣ କୁମାର ପତ୍ନୀ ଦିବ୍ୟା ଖୋସଲା କୁମାରଙ୍କ ସହ ନିଜ ଘରେ ଗଣେଷ ପୂଜା କରୁଥିବା ଦେଖିବାକୁ ମିଳିଛି । ସେହିପରି ଅଭିନେତ୍ରୀ ଡେଜି ଶାହା ନିଜର ମୁମ୍ବାଇସ୍ଥିତି ଘରେ ଧୁମଧାମରେ ପାଳିଛନ୍ତି ଗଣେଷ ପୂଜା । ବପ୍ପାଙ୍କୁ ସ୍ୱାଗତ କରିଛନ୍ତି  ଅଭିନେତ୍ରୀ । ଟ୍ରାଡିସନାଲ ଆଉଟଫିଟରେ ଅଭିନେତ୍ରୀ ନଜର ଆସିଛନ୍ତି ।ପରିବାର ସହ ଗଣେଷ ଉତ୍ସବ ପାଳିବା ସହ ପ୍ରଂଶସକଙ୍କ ଶୁଭେଚ୍ଛା ଜଣାଇଛନ୍ତି

ମହାରାଷ୍ଟ୍ରରେ ଗଣେଷ ଚତୁର୍ଥୀକୁ ବେଶ ଧୁମ୍ ଧାମ୍ରେ ପାଳନ କରାଯାଏ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ଗଣେଷ ଚତୁର୍ଥୀ ନିଜ ଘରେ ପାଳନ କରିଥାନ୍ତି ।