ରିଲାଏନ୍ସ ମାଲିକଙ୍କ ଘରେ ଗଣେଶ ପୂଜା ଧୁମ ! ସାମିଲ ହେଲେ ବଲିଉଡ ଅଭିନେତା, ରାଜନେତା ଓ କ୍ରିକେଟର

ରିଲାଏନ୍ସ ମାଲିକଙ୍କ ଘରେ ଗଣେଶ ପୂଜା ଧୁମ ! ସାମିଲ ହେଲେ ବଲିଉଡ ଅଭିନେତା, ରାଜନେତା ଓ କ୍ରିକେଟର

image courtesy-http://static.sanjeevnitoday.com

ସାରା ଦେଶରେ ପାଳିତ ହୋଇ ଯାଇଛି ବିଘ୍ନରାଜଙ୍କ ପୂଜାର୍ଚ୍ଚନା । ଦେଶର ବାଣିଜ୍ୟ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ବଡ ଧୁମଧାମରେ ପାଳିତ ହୋଇଛି ବିଘ୍ନରାଜଙ୍କ ପୁଜାର୍ଚ୍ଚନା । ପ୍ରତିବର୍ଷ ଭଳି ଏଥର ଗଣେଶ ଚର୍ତୁଥୀକୁ ବେଶ ଧୁମଧାମରେ ପାଳିଛନ୍ତି ଅମ୍ବାନୀ ପରିବାର । ରିଲାଏନ୍ସ କମ୍ପାନିର ମାଲିକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଆଣ୍ଟିଲିଆ ବାସଭବନରେ ଜାକଜମକରେ ପାଳିତ ହୋଇଛି ଗଣେଶ ଉତ୍ସବ ।

ଏଥର ଗଣେଶ ପୂଜାରେ ଆଣ୍ଟିଲିଆରେ ସେଲିବ୍ରିଟିଙ୍କ ଭିଡ ଦେଖିବାକୁ ମିଳିଥିଲା । ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭ କରି ରାଜନେତା ଓ କ୍ରିକେଟର ମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ । ଅମିତାଭ ବଚ୍ଚନ, ଶାହାରୁଖ ଖାନ୍, ଅମିର ଖାନ,ସଲମାନ ଖାନ୍, ଦୀପିକା ପାଦୁକୋନ, ହେମା ମାଳିନୀଙ୍କ ଭଳି ବି-ଟାଉନ ଷ୍ଟାର ଯୋଗ ଦେଇଥିଲେ । ସେହିଭଳି ସଚିନ ତେନ୍ଦୁଲକର, ହରଭଜନ ସିଂହ ମଧ୍ୟ ଏହି ଉତ୍ସବରେ ନିଜକୁ ସାମିଲ କରିଥିଲେ । ତା ଛଡା ଉଦ୍ଧବ ଠାକରେ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ମେନକା ଗାନ୍ଧୀଙ୍କ ଭଳି ବଡ ବଡ ରାଜନେତା ମାନେ ମଧ୍ୟ ଆଣ୍ଟିଲିଆରେ ଗଣେଶ ଉତ୍ସବ ପାଳନ କରିଥିଲେ ।

ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଭିଭିଆଇପି ଅତିଥିଙ୍କୁ ସ୍ୱାଗତ କରିବା ସହ ପୂଜା ସ୍ଥଳକୁ ପାଛୋଟି ନେଉଥିବାର ଦେଖିବାକୁ ମିଳିଥିଲା । ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ଉପହାର ସ୍ୱରୂପ ଚାନ୍ଦି ଗଣେଶ ମୂର୍ତ୍ତି ଦିଆଯାଇଥିଲା । ବିଶେଷ କରି ମୁମ୍ବାଇରେ ଗଣେଶ ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଏ ।

ଦେଶରେ ସମସ୍ତ ସ୍ଥାନରେ ଗଣେଶ ଚତୁର୍ଥୀ ପାଳନ କରାଯାଉଥିବା ବେଳେ ବଲିଉଡ କଳାକାର ମଧ୍ୟ ଖୁବ ଜାକଜମକରେ ଏହି ଉତ୍ସବକୁ ପାଳନ କରିଛନ୍ତି । ନୀଲ ନୀତିନ ମୁକେଶ,ବାପି ଲହରୀ, ନାନା ପାଟେକର, ହ୍ରିତିକ ରୋଶନଙ୍କ ଭଳି ବଡବଡ ଷ୍ଟାର ନିଜ ଘରେ ଗଣପତିଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ମାୟା ନଗରିରେ ପ୍ରତିବର୍ଷ ୧୦ ଦିନ ଧରି ଭଗବାନ ଶ୍ରୀଗଣେଶଙ୍କ ଆରଧନା କରାଯାଉଥିବା ବେଳେ ଚଳିତବର୍ଷ ୧୧ ଦିନ ପାଳନ କରିବା ପାଇଁ ନିଷ୍ପତି ହୋଇ ମାୟା ନଗରିରେ ପ୍ରତିବର୍ଷ ୧୦ ଦିନ ଧରି ଭଗବାନ ଶ୍ରୀଗଣେଷଙ୍କ ଆରଧନା କରାଯାଉଥିବା ବେଳେ ଚଳିତବର୍ଷ ୧୧ ଦିନ ପାଳନ କରିବା ପାଇଁ ନିଷ୍ପତି ହୋଇଛି ।
ସୌଜନ୍ୟ- ଆଜତକ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe