କନକ ବ୍ୟୁରୋ : ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଆରଧନା । ଗଜାନନଙ୍କ ଆବାହନ ପାଇଁ ସାରା ଦେଶ ଉତ୍ସବ ମୁଖର । ଗାଁ ଦାଣ୍ଡ, ସହର, ବଜାର ବିଘ୍ନରାଜଙ୍କ ପାଇଁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସାଜସଜ୍ଜାରେ ପୂଜା ମଣ୍ଡପ ଶୋଭାପାଉଛି । ଚଳିତ ବର୍ଷ ବିନା କଟକଣାରେ ଗଜାନନଙ୍କ ପୂଜା ହେଉଛି । ଗଣେଶ ପୂଜା ପାଇଁ ସବୁଠି ଉତ୍ସାହ ଓ ଉତ୍କଣ୍ଠା ।
ବକ୍ରତୁଣ୍ଡ ମହାକାୟ
ସୂର୍ଯ୍ୟ କୋଟି ସମପ୍ରଭ
ନିର୍ବିଘ୍ନମ୍ କୁରମେ ଦେବ
ସର୍ବ କାର୍ଯ୍ୟସୁ ସର୍ବଦା...
ହିନ୍ଦୁ ଧର୍ମରେ କୌଣସି ଶୁଭକାଯ୍ୟ ଆରମ୍ଭ କରିବା ଆଗରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଗଣେଶଙ୍କ ଧ୍ୟାନ, ଜପ ଓ ଆରାଧନା କରିବା ଦ୍ୱାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ତ ସେ ବିଘ୍ନହର୍ତ୍ତା । ତେଣୁ ଶୁଭକାର୍ଯ୍ୟରେ ଯେପରି କିଛି ବିଘ୍ନ ନ ଆସୁ , ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ ।
କଳା, ବିଜ୍ଞାନ ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷଣ ରୂପେ ସେ ପରିଚିତ । କୌଣସି ଘର ପ୍ରତିଷ୍ଠା ହେଉ କିମ୍ବା ବିଦ୍ୟାରମ୍ଭ ହେଉ , ସବୁଥିରେ ଗଣେଶଙ୍କ ଆବାହନ କରାଯାଇଥାଏ । ସେ ପବିତ୍ର ବିଦ୍ୟାମାନ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ବିଶେଷ ଭାବରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତା ଭାବେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ପାଳ କରାଯାଉଛି । ଓଡିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାରେ ଉତ୍ସବ ମୁଖର ବାତାବରଣ ଦେଖିବାକୁ ମିଳିଛି ।