ଆଜି ଗଣେଶ ଚତୁର୍ଥୀ : ମନୋରଞ୍ଜନ ଜଗତର ତାରକାମାନେ ଧୁମଧାମରେ ବାପ୍ପାଙ୍କୁ କଲେ ସ୍ୱାଗତ

93

ଆଜି ସେପ୍ଟେମ୍ବର ୧୦ ତାରିଖ । ଧରାପୃଷ୍ଠରେ ଅବତରଣ କରିଛି ପାର୍ବଣ ଋତୁ । ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାରୁ ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ ।  ଗରିଜାନନ୍ଦନ ଗଣେଶଙ୍କ ପୂଜା । ସମସ୍ତଙ୍କ ତୁଣ୍ଡରେ ଗୋଟିଏ ‘ଓମ୍‌ ନମଃ ଗଣେଶ ବିଘ୍ନ‌େଶ, ଗରିଜାନନ୍ଦନ ପ୍ରଭୁ, ମମ ବିଘ୍ନ ବିନାଶାୟ…’ ମନ୍ତ୍ର ଧ୍ବନି । ଆଜି ଦିନରେ ସମସ୍ତେ ନିଜ ଘରେ ଗଣପତି ପ୍ରତିଷ୍ଠା କରି ଧୂମଧାମରେ ତାଙ୍କର ପୂଜା କରିଥାନ୍ତି । ଯଦିଓ ଗଣେଶ ପର୍ବ ସାରା ଦେଶରେ ପାଳନ କରାଯାଏ, କିନ୍ତୁ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଏହାର ଏକ ବିଶେଷ ଝଲକ୍ ଦେଖିବାକୁ ମିଳିଥାଏ । ମନୋରଞ୍ଜନ ଜଗତର ତାରକାମାନେ ବାପ୍ପାଙ୍କ ଭକ୍ତିରେ ବୁଡି ରହି ଗଣେଶ ଚତୁର୍ଥୀ ଅବସରରେ ଘରେ ମୂର୍ତ୍ତି ଆଣି ଧୂମଧାମରେ ପୂଜାର୍ଚ୍ଚନା କରିଥାନ୍ତି । ଏପରିକି ଶୁଟିଂ ସେଟରେ ମଧ୍ୟ ଗଣେଶ ପୂଜା କରାଯାଇଥାଏ ।

ଅଭିନେତ୍ରୀ ଭାରତୀଙ୍କ ପିଲାଦିନ ଅନେକ ସଂଘର୍ଷ ଦେଇ ଗତି କରିଥିଲା, କିନ୍ତୁ ମୁମ୍ବାଇ ଆସିବା ପରେ ସେ କଠିନ ପରିଶ୍ରମ କରି ସଫଳତା ପାଇଲେ । ଏଭଳି ପରିସ୍ଥିତିରେ ଭାରତ ପ୍ରତିବର୍ଷ ଗଣପତି ବାପ୍ପାଙ୍କୁ ସ୍ୱାଗତ କରୁଛନ୍ତି । କମେଡି କୁଇନ୍ ଭାରତୀ ଦୀର୍ଘ ବର୍ଷ ଧରି ଇକୋ-ଫ୍ରେଣ୍ଡଲି ବାପ୍ପାଙ୍କୁ ପୂଜା କରି ବିସର୍ଜନ କରିଥାନ୍ତି, ଏବଂ ସେହି ମାଟିକୁ ଗଛ ଲଗେଇବାରେ ବ୍ୟବହାର କରିଥାନ୍ତି ।  ସେହିପରି ଟିଭିର ହଙ୍କ କରଣ ୱାହି ମଧ୍ୟ ଗଣପତିଙ୍କର ଜଣେ ବଡ ଭକ୍ତ । ପ୍ରତିବର୍ଷ ସେ ନିଜ ହାତରେ ବାପ୍ପାଙ୍କର ପ୍ରତିମା ତିଆରି କରନ୍ତି ଏବଂ ତା’ପରେ ପୂର୍ଣ୍ଣ ଦଶ ଦିନ ଭକ୍ତି ସହିତ ବାପ୍ପାଙ୍କୁ ପୂଜା କରନ୍ତି । ଗଣପତିଙ୍କ ପାଇଁ ସେମାନେ ନିଜ ଘରକୁ ସୁନ୍ଦର ଭାବରେ ସଜାନ୍ତି ଏବଂ ପାଣ୍ଡାଲର ସାଜସଜ୍ଜା ମଧ୍ୟ ନିଜ ହାତରେ କରନ୍ତି ।