ଆଜି ପବିତ୍ର ଗଣେଷ ଚତୁର୍ଥୀ ! ଜାଣନ୍ତୁ ଭାରତର ୫ ପ୍ରସିଦ୍ଧ ଗଣପତି ମନ୍ଦିର ଏବଂ ଏହାର ଇତିହାସ କିମ୍ବଦନ୍ତୀ ବିଷୟରେ କିଛି … 

573

ଆଜି ପବିତ୍ର ଗଣେଷ ଚତୁର୍ଥୀ । ଧରାବତରଣ କରିବେ ବିଘ୍ନବିନାଶକ । ଚଳଚଂଚଳ ପୁର ପଲ୍ଲୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ଗଣେଶ ଆଜି ପୂଜା ପାଇବେ । ଏଥିପାଇଁ ଦେଶର ପଲ୍ଲୀଠାରୁ ଦିଲୀ ଯାଏଁ ଚଳଚଞ୍ଚଳ । ଅନେକ ସ୍ଥାନରେ ସକାଳୁ ସକାଳୁ ପୂଜା ଆରମ୍ଭ ହୋଇସାରିଲାଣି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ହୋଇଛି । ମନ୍ଦିରରେ ବି ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଛି । ଗଣେଶ ପୂଜା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ । ଘରେ ଘରେ ବି ପୂଜା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଆମେ ଆଜି ଆପଣଙ୍କୁ ଭାରତର ୫  ଟି ପ୍ରସିଦ୍ଧ ଗଜାନନ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଗଣପତିଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଭିଡ ଲଗାନ୍ତି ।

ଶ୍ରୀ ସିଦ୍ଧିବିନାୟକ ମନ୍ଦିର :

ଅଗ୍ରପୂଜ୍ୟ ଶ୍ରୀଗଣେଷଙ୍କ ପ୍ରସିଦ୍ଧ ମନ୍ଦିର ଭିତରେ ଏହି ମନ୍ଦିରର ନାଁ ସର୍ବପ୍ରଥମେ ଆସେ । ମୁମ୍ବାଇ ସ୍ଥିତ ଏହି ମନ୍ଦିରକୁ ଜଣେ ନିଃସନ୍ତାନ ମହିଳା ତିଆରି କରିଥିବା କଥା କୁହାଯାଉଛିି । ବଡ ବଡ ରାଜନେତା,ସେଲିବ୍ରିଟି ଏବଂ ଶିଳ୍ପପତୀ ଏହି ମନ୍ଦିରକୁ ଆସି ସିଦ୍ଧିରାଜଙ୍କ ପୂଜା କରିଥାନ୍ତି ।

ଶ୍ରୀମତ୍ ଦଗଡୁଶେଠ୍ ହଲବାଇ ମନ୍ଦିର :

ଶ୍ରୀ ସିଦ୍ଧିବିନାୟକ ପରେ ଲୋକଙ୍କ ଆସ୍ଥା ଭାଜନ ହୋଇଥିବା ମନ୍ଦିର ଭିତରେ ଦ୍ୱିତୀୟରେ ଆସେ ପୁଣେସ୍ଥିତ ଏହି ଗଣେଷ ମନ୍ଦିର । ଏହି ମନ୍ଦିରର ଟ୍ରଷ୍ଟକୁ ଦୁନିଆର ସବୁଠାରୁ ଧନୀ ଟ୍ରଷ୍ଟ ବୋଲି କୁହାଯାଇଛି । କୁହାଯାଉଛି ଅନେକ ବର୍ଷ ତଳେ ଶୀମତ୍ ଦଗଡୁଶେଠ୍ ଏବଂ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀବାଇ ନିଜ ଏକମାତ୍ର ସନ୍ତାନକୁ ପ୍ଲେଗ୍ ରୋଗରେ ହରାଇ ଦେଇଥିଲେ । ପୁତ୍ରମୃତ୍ୟୁ ଯନ୍ତ୍ରଣାରୁ ନିସ୍ତାର ପାଇବା ପାଇଁ ଏହି ଦମ୍ପତୀ ଏହି ଗଣେଷ ମୂର୍ତ୍ତୀ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ଏହା ପରଠାରୁ ଏହି ମନ୍ଦିର ଶୀମତ୍ ଦଗଡୁଶେଠ୍ ହଲବାଇ ନାମରେ ଖ୍ୟାତ ହେବା ସହ ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ଏଠାରେ ଗଣେଷ ଉତ୍ସବ ପାଳନ କରୁଛନ୍ତି ।

କାନିପକମ୍ ବିନାୟକ ମନ୍ଦିର :

ବିଘ୍ନବିନାଶକଙ୍କ ଏହି ମନ୍ଦିର ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଅବସ୍ଥିତ । ଭକ୍ତଙ୍କ ସର୍ବଦୁଃଖନାଶ କରୁଥିବା ଏହି ବିଶାଳ ମନ୍ଦିର ନଦୀ ମଧ୍ୟଭାଗରେ ପ୍ରସ୍ତୁତ ହୋଇଛି । ଏକାଦଶ ଶତାବ୍ଦୀରେ ଏହି ମନ୍ଦିରକୁ ଚୋଳ ରାଜା କୁଲୋତୁଙ୍ଗ୍ ଚୋଳ ପ୍ରଥମ ସ୍ଥାପନା କରିଥିଲେ । ଯାହାର ବିସ୍ତାର ୧୩୩୬ ରେ ବିଜୟନଗର ସାମ୍ରାଜ୍ୟରେ ପ୍ରସ୍ତୁତ କରାଗଲା ।

ମନକୁଲା ବିନାୟକ ମନ୍ଦିର , ପୁଡୁଚେରୀ : 

ମନ୍ଦିରର ଇତିହାସ ୧୬୬୬ ବର୍ଷର ବୋଲି କୁହାଯାଇଛି । ଶାସ୍ତ୍ରରେ ଗଣେଶଙ୍କ ୧୬ ଟି ରୁପକୁ ବର୍ଣ୍ଣନା କରାଯାଇଛି । ଯେଉଁଥିରେ ପୁଡୁଚେରୀ ଗଣପତି ମୁଖ ସାଗରର ପଟକୁ ଅଛନ୍ତି ଯାହାଙ୍କୁ ଭୁବନେଶ୍ୱର ଗଣେଷ ବୋଲି ମଧ୍ୟ କୁହାଯାଇଛି ।

ମଧୁର ମହାଗଣପତି ମନ୍ଦିର , କେରଳ : 

କେରଳର ରାଜା ହେଉଛନ୍ତି ମଧୁର ମହାଗଣପତି । ଶୁଣିବାକୁ ମିଳେ ପ୍ରଥମେ ଏହି ମନ୍ଦିର ଭଗବାନ ଶିବଙ୍କ ଥିଲା କିନ୍ତୁ ପୂଜାରୀଙ୍କ କୁନି ପୁଅ ମନ୍ଦିରର ପ୍ରବେଶଦ୍ୱାରରେ ଏକ ଗଣେଷ ପ୍ରତିମା ନିର୍ମାଣ କରିଥିଲେ । ଆଚମ୍ବିତର କଥା ମନ୍ଦିରର ଗର୍ଭଗୃହ ଦ୍ୱାରରେ ପ୍ରସ୍ତୁତ ହୋଇଥିବା ପ୍ରତିମା ଧିରେ ଧିରେ ନିଜ ଆକାର ବଢାଇବାକୁ ଲାଗିଲା । ପ୍ରତିଦିନ ପ୍ରତିମାର ଆକାର ମୋଟା ହେବା ସାଙ୍ଗକୁ ବଡ ମଧ୍ୟ ହେଲା । ଏହାପରଠାରୁ ଏହି ମନ୍ଦିର ଭଗବାନ ଗଣେଷଙ୍କ ଖାସ୍ ମନ୍ଦିର ହୋଇଗଲା ।