ଫ୍ୟାଟରୁ ଫିଟ୍ ହେଲେ ଗଣେଶ ଆଚାର୍ଯ୍ୟ ! ଦେଢ ବର୍ଷରେ କମାଇଲେ ୮୫କିଲୋ ଓଜନ

47

ପ୍ରଥମେ ଅଦନାନ୍ ସାମୀ ଆଉ ଏବେ ଗଣେଶ ଆଚାର୍ଯ୍ୟ । ବଲିଉଡର ଏହି ଲୋକପ୍ରିୟ କୋରିଓଗ୍ରାଫର୍ ଏବେ ହୋଇ ଯାଇଛନ୍ତି ଫ୍ୟାଟରୁ ଫିଟ୍ । ଆଉ ଯେବେଠାରୁ ସେ ନିଜ ଓଜନ କମାଇ ଦେଇଛନ୍ତି ସେବେଠାରୁ ଚର୍ଚ୍ଚାରେ ଅଛନ୍ତି । ହେଲେ ତା ଠାରୁ ଏବେ ଅଧିକ ଚର୍ଚ୍ଚାରେ ତାଙ୍କର ଏକ ବୟାନ୍ । ନିଜ ଫିଟ୍ ଲୁକକୁ ନେଇ ଗଣେଶ କହିଛନ୍ତି ଏହା ପଛରେ ଅଛି ଜଣେ ସୁନ୍ଦରୀଙ୍କ ହାତ ।

କିଛି ଦିନ ତଳେ ନ୍ୟାସନାଲ୍ ଆୱାଡ୍ ବିଜେତା ଗଣେଶ ନିଜର ଏକ ଲ୍ୟାଟେଷ୍ଟ୍ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ପରେ ମିଡିଆକୁ କହିଛନ୍ତି ଦେଢ ବର୍ଷରେ ସେ ନିଜର ୮୫କିଲୋ ଓଜନ କମାଇଛନ୍ତି । ଗଣେଶ ଆଗକୁ କହିଛନ୍ତି ଯେତେବେଳେ ସେ ୨୦୦କିଲୋ ହୋଇଗଲେ ସେତେବେଳେ ନିଷ୍ପତି ନେଲେ କୌଣସି ବି ଅବସ୍ଥାରେ ନିଜ ଓଜନ କମାଇ କି ହିଁ ରହିବେ । ଆଉ ଶେଷରେ ନିଜ ଲକ୍ଷରେ ସଫଳ ମଧ୍ୟ ହେଲେ । ତେବେ ଏହା ଭିତରେ କିଏ ସେହି ଯୁବତୀ ଯାହାଙ୍କ ପାଇଁ ଏତେ ବଡ ପଦକ୍ଷେପ ନେଇଛନ୍ତି ସେ ବିଷୟରେ କହି ନାହାଁନ୍ତି ।