କନକ ବ୍ୟୁରୋ : ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କର ଦଣ୍ଡ ବିଧାନ ନେଇ ଆଜି ହେବ ଶୁଣାଣି । ଗୁଜରାଟ ଗାନ୍ଧିନଗର କୋର୍ଟରେ ହେବ ଏହି ଶୁଣାଣି । ସୋମବାର ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଗୁଜରାଟ ଗାନ୍ଧିନଗର କୋର୍ଟ । ତେବେ ତାଙ୍କ ପତ୍ନୀ , ପୁଅ ଝିଅ ସମେତ ୬ଜଣଙ୍କୁ କୋର୍ଟ ନିର୍ଦ୍ଦୋଷ ବୋଲି କହିଛନ୍ତି ।

Advertisment

୨୦୧୩ ମସିହାରେ ଆଶାରାମ ବାପୁ, ସୁରଟରୁ ତାଙ୍କ ଆଶ୍ରମକୁ ଆସିଥିବା ଜଣେ ମହିଳା ଭକ୍ତଙ୍କୁ ଦୁର୍ଷ୍କମ କରିବା ଅଭିଯୋଗ ହୋଇଥିଲା । ତଦନ୍ତ ଚାଲିଥିବା ବେଳେ ଆଶାରାମଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଯୋଡ଼ି ହୋଇଥିଲା । ଆଶାରାମ ବର୍ତ୍ତମାନ ଯୋଧପୁର ସେଂଟ୍ରାଲ ଜେଲରେ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ଆଜୀବନ ସଜ୍ଜା କାଟୁଛନ୍ତି ।