ବସ୍ତି ବାସିନ୍ଦାଙ୍କ ଗାନ୍ଧିଗିରି। ମାଲକାନଗିରିରେ ବସ୍ତି ବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର ପ୍ରମାଣପତ୍ର 

137

କନକ ବ୍ୟୁରୋ: ବସ୍ତିବାସିନ୍ଦାଙ୍କ ଗାନ୍ଧିଗିରି । ସଫଳ ହେଲା ସାଢେ ୧୪ ମାସର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ । ବସ୍ତି ବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର ପ୍ରମାଣ ପତ୍ର ବା ଏଲଆରସି । ଜାଗା ମିଶନ ମାଧ୍ୟମରେ ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଜମି ପଟା ଦେବା ଲାଗି ବ୍ୟବସ୍ଥା ରହିଛି । ତେବେ ମାଲକାନଗିରି ୱାର୍ଡ ବାସିନ୍ଦା କିନ୍ତୁ ଏଥିରୁ ବାଦ ପଡିଥିଲେ । ପୌରନିର୍ବାଚନ ସମୟରେ ପଟ୍ଟା ନାହିଁ ତ ଭୋଟ ନାହିଁ ଆନ୍ଦୋଳନର ଡାକରା ଦେଇଥିଲେ । ତେବେ ନିର୍ବାଚନ ପରେ ପଟ୍ଟା ଦିଆଯିବାର ପ୍ରତିଶ୍ରୁତି ପାଇ ପରେ ଆନ୍ଦୋଳନରୁ ଓହରି ଥିଲେ । ତେବେ ନିର୍ବାଚନ ପରେ ସେମାନଙ୍କୁ ଜମି ପଟା ନଦେବାରୁ ୨୦୨୨ ଏପ୍ରିଲ ମାସ ୨୨ ତାରିଖରୁ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ତେବେ ୧୪ ମାସ ୧୬ ଦିନର ଆନ୍ଦୋଳନ ପରେ ଆଜି ୱାର୍ଡବାସୀଙ୍କୁ ସେମାନଙ୍କ ହକ ମିଳିଛି । ସାଂସଦ ରମେଶ ମାଝୀ ଆଜି ୱାର୍ଡବାସୀଙ୍କୁ ଜାଗା ମିଶନ ପଟ୍ଟା ପ୍ରଦାନ କରୁଛନ୍ତି ।