କନକ ବ୍ୟୁରୋ: ବରପୁତ୍ରଙ୍କୁ ଅସମ୍ମାନ । ଗାନ୍ଧୀବାଦୀ ନେତାଙ୍କୁ ପିନ୍ଧାଇଲେ ପ୍ୟାଂଟ, ସାର୍ଟ । ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସରେ ପୌର ପ୍ରଶାସନ ଏଭଳି କିଛି କରିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବକୃଷ୍ଣ ଚୌଧୁରୀ । ସେ ଜଣେ ଗାନ୍ଧୀବାଦୀ ନେତା ଭାବେ ପରିଚିତ । ଧୋତି, ଗଞ୍ଜିରେ ତାଙ୍କର ପୂରା ଜୀବନ ବିତିଛି । ହେଲେ ଅନୁଗୁଳ ପ୍ରଶାସନ କେଉଁ ଆଧାରରେ ବିଲାତୀ ବାବୁ ଭଳି ସଜାଇଲା ତାହା ଏବେ ବଡ ପ୍ରଶ୍ନ । ଯେତେବେଳେ ରାଜ୍ୟ ସରକାର ବରପୁତ୍ରଙ୍କୁ ସମ୍ମାନ କରୁଛନ୍ତି ସେତେବେଳେ ଜିଲ୍ଲା ପ୍ରଶାସନ କେଉଁ ଆଧାରରେ ଜଣେ ବରପୁତ୍ରଙ୍କୁ ଏଭଳି ଅସମ୍ମାନ କଲା ତାହା ଏବେ ବଡ ପ୍ରଶ୍ନ । ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସବୁଠି ନିନ୍ଦା କରାଯାଉଛି ।

Advertisment