କନକ ବ୍ୟୁରୋ : ଆପଣ ହୁଏତ ଜାଣିନଥିଲେ ସମ୍ବଲପୁର ଉତ୍ତରାଠାରେ ରହିଛି ଭାରତର ପ୍ରଥମ ଗାନ୍ଧୀ ମନ୍ଦିର । ଯେଉଁଠି ଭଗବାନଙ୍କ ମୂର୍ତ୍ତି ବଦଳରେ ପୂଜା ପାଉଛନ୍ତି ମହାତ୍ମା ଗାନ୍ଧୀ । ବର୍ଷର ୩୬୫ ଦିନ ସେଠାରେ ଗାନ୍ଧୀଙ୍କ ପୂଚାଚ୍ଚନା କରାଯାଉଥିବା ବେଳେ ଗାନ୍ଧୀ ଜୟନ୍ତୀରେ ବହୁ ଲୋକଙ୍କ ଭିଡ ଜମିଥାଏ ।
ରେଢାଖୋଲର ତତକାଳୀନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧୀ ମନ୍ଦିର ପ୍ରତିଷ୍ଠା କରିଥିଲେ । ୧୯୭୪ ମସିହାରେ ଓଡ଼ିଶାର ତତକାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାକୁ ଉଦଘାଟନ କରିଥିଲେ । ସର୍ବଧର୍ମ ସମନ୍ୱୟ ସମନ୍ୱୟ ଓ ଅହିଂସାର ବର୍ତା ଦେଇଥାଏ ଏହି ମନ୍ଦିର । ସବୁଧର୍ମର ଲୋକେ ଏଠାକୁ ଆସନ୍ତି । ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏଠାରେ ଆୟୋଜନ କରାଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।