ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

142

କନକ ବ୍ୟୁରୋ : ଦେଶକୁ ସର୍ବଦା ଅହିଂସା, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢେଇ କରିବାକୁ ପ୍ରେରଣା ଦେଉଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ହେଉଛି ଜନ୍ମ ଜୟନ୍ତୀ । ବାପୁଙ୍କୁ ମନେପକାଇ ଆଜି ସାରା ବିଶ୍ୱ ପାଳୁଛି ଅହିଂସା ଦିବସ । ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟରେ ,ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଜଘାଟରେ ପହଁଚି ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତିଙ୍କ ସମେତ ବହୁ ବରିଷ୍ଠ ରାଜନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜଘାଟରେ ପହଂଚି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏଥିସହ ଟୁଇଟ କରି ମୋଦି କହିଛନ୍ତି କି ପୂଜ୍ୟ ବାପୁଙ୍କ ଜୀବନ ଓ ଆଦର୍ଶ ଦେଶର ସମସ୍ତ ପୀଢିଙ୍କୁ କର୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଉଥିବ । ଆଜି ମଧ୍ୟ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଶାସ୍ତ୍ରୀଙ୍କ ସମାଧୀସ୍ଥଳର ବିଜୟ ଘାଟରେ ପହଁଚି ବହୁ ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଜନ୍ମ-ଜୟନ୍ତୀ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ପୂଜ୍ୟ ବାପୁଙ୍କ ଜୀବନ ଓ ଆଦର୍ଶ ଦେଶର ସମସ୍ତ ପିଢ଼ିଙ୍କୁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଉଥିବ । ସେହିଭଳି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି, ଜୟନ୍ତୀ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଜୀଙ୍କୁ ଶତ-ଶତ ପ୍ରଣାମ। ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ ତାଙ୍କ ଜୀବନ ଦେଶବାସୀଙ୍କ ପାଇଁ ସଦାସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ ।