ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ସମ୍ବଲପୁରର ଗାନ୍ଧୀ ମନ୍ଦିରରେ ଅହିଂସାର ପୂଜାରୀଙ୍କୁ ପୂଜୁଛନ୍ତି ଲୋକେ

68

କନକ ବ୍ୟୁରୋ : ସମ୍ବଲପୁର ଭତରାଠାରେ ରହିଛି ଗାନ୍ଧୀ ମନ୍ଦିର । ଯେଉଁଠି ଠାକୁରଙ୍କ ମୂର୍ତି ବଦଳରେ ରହିଛି ଗାନ୍ଧୀଙ୍କ ମୂର୍ତ୍ତି । ବର୍ଷ ତମାମ ସେଠାରେ ଗାନ୍ଧୀଙ୍କୁ ପୂଜା କରାଯାଉଥିବା ବେଳେ ଗାନ୍ଧୀ ଜୟନ୍ତିରେ ସ୍ୱତନ୍ତ୍ର ଆୟୋଜନ ହେବା ସହ ବହୁ ଲୋକଙ୍କ ଏଠାକୁ ଆସିଥାନ୍ତି । ରେଢାଖୋଲର ତତ୍କାଳିନ ବିଧାୟକ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧୀ ମନ୍ଦିରକୁ ସମ୍ବଲପୁର ସହରର ଭତରାଠାରେ ନିର୍ମାଣ କରିଥିଲେ । ସର୍ବଧର୍ମ ସମନ୍ୱୟ ଓ ଅହିଂସାର ବାର୍ତ୍ତା ଦେଉଛି ଏହି ଗାନ୍ଧୀ ମନ୍ଦିର । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅହିଂସାର ବାର୍ତ୍ତା ଦେଉଥିବା ଏହି ମନ୍ଦିରରେ ଆଜି ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି ।