ପୁସ୍ତକ ପ୍ରଣବ ମାଇ ଫାଦରରେ ବଡ ଖୁ୍ଲ।ସା କଲେ ଝିଅ ଶମିଷ୍ଠା । କହିଲେ, ଭରସା ଅଭାବରୁ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଥିଲେ ରାଜୀବ ଗାନ୍ଧୀ

651

କନକ ବ୍ୟୁରୋ : -ପୁଣି ଥରେ ଚର୍ଚ୍ଚା ସାଉଁଟୁଛି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୂଖାର୍ଜୀଙ୍କ ଝିଅ ତଥା କଂଗ୍ରେସର ପୂର୍ବତନ ମୁଖପାତ୍ର ଶର୍ମିଷ୍ଠା ମୂଖାର୍ଜୀଙ୍କ ଲିଖିତ ପୁସ୍ତକ ପ୍ରଣବ ମାଇ ଫାଦର-ଏ ଡଟର ରିମେମ୍ବରର୍ସ । ପୁସ୍ତକରେ ଦ୍ୱାରା ଶର୍ମିଷ୍ଠା କହିଛନ୍ତି …….ବିଶ୍ୱାସ ଅଭାବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଦେଇଥିଲେ । ରାଜୀବ ଓ ସୋନିଆ ଗାନ୍ଧୀ ପ୍ରଣବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିପାରୁନଥିଲେ । ରାଜୀବଙ୍କ ମତରେ ପ୍ରଣବ ଥିିଲେ ଜଣେ କଠୋର ବ୍ୟକ୍ତିତ୍ୱ । ଯିଏ ଅନ୍ଧ ଭାବରେ କାହାକୁ ମାନିପାରୁନଥିଲେ କିମ୍ବା ମୁଣ୍ଡ ନୁଅାଁଉନଥିଲେ । ଏହି କାରଣରୁ ପ୍ରଣବଙ୍କୁ କ୍ୟାବିନେଟରୁ ହଟାଇଥିଲେ ରାଜୀବ    । ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରଣବଙ୍କ ରାଜନୈତିକ କ୍ୟାରିୟର ସୁବର୍ଣ୍ଣ ସମୟ ରହିଥିଲା ।

ପୁସ୍ତକ ପ୍ରଣବ ମାଇ ଫାଦର ଏ ଡଟର ରିମ୍ବେବରର୍ସରେ ଉନ୍ମୋଚନ ପୂର୍ବରୁ ଯେତିକି ଖବରରେ ରହିଛି ପରେ ମଧ୍ୟ ସେତିକି ଚର୍ଚ୍ଚା ସାଉଁଟୁଛି । ଶର୍ମିଷ୍ଠାଙ୍କ ପୁସ୍ତକରେ କୁହାଯାଇଛି ୨୦୧୩ ମସିହାରେ ସଂସଦରେ ଏକ ପ୍ରସ୍ତାବିତ ନିୟମ ଉପରେ ଆଲୋଚନା କରାଯିବାର ଥିଲା । କିନ୍ତୁ ଏହାର ଏକ କପିକୁ ଚିରି ଫିଙ୍ଗି ଦେଇଥିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ପ୍ରତି ପ୍ରଣବଙ୍କ ବିଚାର କ’ଣ ଥିଲା ସେକଥା ପୁସ୍ତକରେ ମଧ୍ୟ ସ୍ଥାନ ଦିଆଯାଇଛି । କିଛି ଦିନ ପୂର୍ବରୁ ଯାହାର ଖୁଲ୍ଲାସା କରି ଚର୍ଚ୍ଚାକୁ ଆସିଥିଲେ ଶର୍ମିଷ୍ଠା ।

ପ୍ରଣବ ମାଇ ଫାଦର ପୁସ୍ତକରେ ଏକଥା ମଧ୍ୟ କୁହାଯାଇଛି….ରାଷ୍ଟ୍ରପତି ଦାୟିତ୍ୱରେ ରହିବା ସମୟରେ ପ୍ରଣବ ଓ ମୋଦୀ ଏକ ଟିମ ଭାବେ କାମ କରୁଥିଲେ । ଯଦି କୌଣସି ଆରଏସଏସ କାର୍ଯକ୍ରମକୁ ଯିବା ପାଇଁ ପ୍ରଣବ ଚାହୁଁଥିଲେ ତେବେ ତାଙ୍କୁ କଂଗ୍ରେସର ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା । ଗାନ୍ଧୀ ପରିବାରର ସଦସ୍ୟଙ୍କ ମନରେ ପ୍ରଣବଙ୍କୁ ନେଇ କି ଭାବନା ଥିଲା ସେକଥା ସ୍ପଷ୍ଟ କରିବା ବେଶ ମୁସ୍କିଲ ବୋଲି ଶର୍ମିଷ୍ଠାଙ୍କ ପୁସ୍ତକରେ କୁହାଯାଇଛି ।

ନୂଆଦିଲ୍ଲୀରେ ପ୍ରଣବ ମୂର୍ଖାଜୀଙ୍କ ଜନ୍ମଦିନ ମୌକାରେ ପୁସ୍ତକ ପ୍ରଣବ ମାଇ ଫାଦର ଲଂଚ ହୋଇଛି । କାର୍ଯ୍ୟକ୍ରମରେ ଅନେକ ବିଜେପି ନେତା ଯୋଗ ଦେଇଥିବାବେଳେ କେବଳ ଜଣେ ମାତ୍ର କଂଗ୍ରେସ ନେତା ଭାବେ ପି.ଚିଦାମ୍ବରମ ଯୋଗ ଦେଇଥିଲେ । ଯାହା ତାଙ୍କୁ ବେଶ ଦୁଖିତ କରିଥିବା ଶର୍ମିଷ୍ଠା ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଥିଲେ । ଏଠି କହି ରଖୁଛୁ ବାପା ପ୍ରଣବଙ୍କ ସହ ଶର୍ମିଷ୍ଠାଙ୍କ ଆଲୋଚନା ଓ ପ୍ରଣବଙ୍କ ଡାଏରୀ ଲେଖାକୁ ନେଇ ଶର୍ମିଷ୍ଠା ପ୍ରସ୍ତୁତ କରିଛନ୍ତି ପୁସ୍ତକ ପ୍ରଣବ ମାଇ ଫାଦର—ଏ ଡଟର ରିମେମ୍ବରର୍ସ