କନ୍ଧମାଳ ବ୍ରାହ୍ମଣୀ ଗାଁରେ ଜୁଆଆଡ୍ଡାରେ ଚଢ଼ାଉ ବେଳେ ପୋଲିସ ଉପରେ ଆକ୍ରମଣ : ଆଇଆଇସି ଗୁରୁତର ; ଯୁଆଡ଼ିଙ୍କ ଛତ୍ର ଭଙ୍ଗ

213

କନକ ବ୍ୟୁରୋ : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ ଉପରେ ଆକ୍ରମଣ ହୋଇଛି । ଏଥିରେ ଆଇଆଇସିଙ୍କ ସମେତ ବହୁ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଂଚଳରେ । ଗତକାଲି ରାତିରେ ବ୍ରାହ୍ମଣୀଗାଁ ରେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ସହ କିଛି ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଚଢାଉ ପାଇଁ ଯାଇଥିଲେ ।

କିଛି ଜୁଆଡି ପୁଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିବାବେଳେ ଆଉ କିଛି ପୁଲିସକୁ ଆକ୍ରମଣ କରିଥିଲେ । ଗତକାଲି ବାଲିଗୁଡା ପୁଲିସ ବୁଡାଗୁଡା ଜଙ୍ଗଲରେ ଚଢାଉ କରି ୨୯ ଜୁଆଡି ସମେତ ୧୫ ବାଇକ ଓ ୨୮ ହଜାର ଟଙ୍କା ଜବତ କରିଥିଲା ।