କନକ ବ୍ୟୁରୋ: ରାଉରକେଲାରେ ହୋଟେଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ । ପ୍ଲାଂଟ ସାଇଟ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛନ୍ତି । ୧୨ ଜୁଆଡିଙ୍କୁ ଗିରଫ କରାଯାଇଛି । ଏହା ସହ ନଗଦ ୧୨ ଲକ୍ଷ ୨୭ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ୧୫ ମୋବାଇଲ ଫୋନ ସହ ୨ କାର, ୫ ବାଇକ ମଧ୍ୟ ଜବତ କରିଯାଇଛି । ସେହିପରି ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।
ସେପଟେ, ୪୦ ଏକରରୁ ଅଧିକ ଜମିରେ ହୋଇଥିବା ଗଂଜେଇ ଗଛ ନଷ୍ଠ କରିଛନ୍ତି ଅବକାରୀ ବିଭାଗ । ସୋରଡ଼ା ଗୌଡ଼ଗୋଠ ଠାରୁ ମୋହନା ଯିବା ରାସ୍ତାର ଶଗଡ଼ବଶା ଘାଟିରେ ଥିବା ଗଂଜେଇ ଗଛ ଗୁଡ଼ିକୁ ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ନଷ୍ଠ କରାଯାଇଛି । ପ୍ରାୟ ୫୦ରୁ ଅଧିକା କର୍ମଚାରୀ ଗଂଜେଇ ଗଛ ନଷ୍ଠ କରିଛନ୍ତି । ସୋରଡ଼ା, ଆସିକା ଓ ବଡ଼ଗଡ଼ ପୋଲିସ ମିଳିତ ଭାବେ ଏହି ଚଢଉ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/vlcsnap-2020-12-19-14h23m20s525.png)
/kanak/media/post_attachments/wp-content/uploads/2020/12/vlcsnap-2020-12-19-14h23m30s735.png)