କନକ ବ୍ୟୁରୋ : ଗଞ୍ଜାମରେ ଜୁଆର ଆସର । କୁମାରପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ଚାଲିଛି । ଛୋଟ ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ଜୁଆ ଖେଳୁଛନ୍ତି । ଆଉ ଏହି ଘଟଣା କହୁଛି ଗଞ୍ଜାମ ଲୋକଙ୍କ ମଧ୍ୟରେ ଜୁଆ ଖେଳକୁ ନେଇ କେତେ ଉତ୍ସାହ ରହିଛି । ଅନେକ ଏହି ଖେଳରେ ଟଙ୍କା ଲଗାଇ ଯଦିଓ ବାଜି ଜିତୁଛନ୍ତି ଆଉ କିଛି ସର୍ବସ୍ୱାନ୍ତ ହେଉଛନ୍ତି ।
ପାର୍ବଣ ବେଳେ ଜୁଆ ଖେଳ ଅଧିକ ଚାଲିଥିବା ସୂଚନା ମିଳିଛି । ଆଉ ଏହାକୁ ଦେଖି ପୋଲିସ ମଧ୍ୟ ଚଢାଉ ଜାରି ରଖିଛି । ଗଞ୍ଜାମ ଜିଲ୍ଲାରୁ ଚଳିତ ମାସ ଆରମ୍ଭରୁ ଏଯାବତ ୬୮୪ ଜଣ ଜୁଆ ଖେଳି ଗିରଫ ହୋଇଥିବା ବେଳେ ୧୯ ଲକ୍ଷ ୩୪ ହଜାର ୩୧୦ ଟଙ୍କା ଜବତ ହୋଇଛି । ୪୫ଟି ବାଇକ ଜବତ ହୋଇଛି । ମୋଟ୍ ୧୩୦ଟି ମାମଲା ରୁଜୁ ହୋଇଛି । ଏହା ଥିଲା ଗଂଜାମ ଜିଲ୍ଲାର ଚିତ୍ର । ତେବେ କେବଳ ବ୍ରହ୍ମପୁର ପୋଲିସ ୩୬ଟି ଜୁଆ ଖେଳକୁ ନେଇ ମାମଲା ରୁଜୁ କରିଥିବା ବେଳେ ଜବତ ହୋଇଛି ୭ ଲକ୍ଷ ୭୪ ହଜାର ୧୩୨ ଟଙ୍କା । ମୋଟ୍ ୨୧୫ ଜଣ ଅଟକ ରହିଥିବା ବେଳେ ୭୮ଟି ମୋବାଇଲ ଫୋନ୍ ଏବଂ ୪୧ଟ ଗାଡି ଜବତ ହୋଇଛି । ବଡ କଥା ହେଉଛି, ଜୁଆ ଖେଳିବା ଓ ଖେଳାଇବା ବେଆଇନ ହୋଇଥିବା ଜାଣି ମଧ୍ୟ ବହୁ ଲୋକ ଏହାକୁ ଖେଳୁଛନ୍ତି ।