କନକ ବ୍ୟୁରୋ : ଦିଲ୍ଲୀ ବିଜେପି ସାଂସଦ ଗୌତମ ଗମ୍ଭୀର ୨୦୨୪ ନିର୍ବାଚନ ଲଢିବେନି । ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବାକୁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତି ଗମ୍ଭୀର । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ୍ କରି ଗମ୍ଭୀର କହିଛନ୍ତି, ମୋତେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ ଯାହାଫଳରେ ମୁଁ କ୍ରିକେଟ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିପାରିବି । ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗମ୍ଭୀର ।

ଗମ୍ଭୀର ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ରହିଛନ୍ତି । କ୍ରିକେଟରୁ ଅବସର ନେବା ପରେ ଗମ୍ଭୀର ରାଜନୀତିରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ । ତେବେ ଥରେ ନିର୍ବାଚିତ ହେବା ପରେ ରାଜନୀତିରୁ ଦୂରେଇବାକୁ ଇଚ୍ଛାପ୍ରକାଶ କରିଛନ୍ତି ଗମ୍ଭୀର । ୨୦୦୭ ଟି-୨୦ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ରହିଥିଲେ ଗମ୍ଭୀର । ଏବେ କୋଲକାତା ଦଳର ମେଣ୍ଟର ଭୂମିକାରେ ନଜର ଆସିବେ ଗମ୍ଭୀର । ଉଭୟ ନିର୍ବାଚନ ଓ ଆଇପିଏଲ ଏକା ସମୟରେ ଚାଲୁଥିବାରୁ ଗମ୍ଭୀର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି ।