କନକ ବ୍ୟୁରୋ: ଲକ୍ଷ୍ନୌରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ବିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ଓ ଲକ୍ଷ୍ନୌ ସୁପର ଜାଏଂଟସ୍ ମ୍ୟାଚରେ ଦୁଇ ଖେଳାଳୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ପଡ଼ିଆ ମଧ୍ୟରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ତେବେ ଊଭୟଙ୍କ ମଧ୍ୟରେ କ’ଣ ଯୁକ୍ତିତର୍କ ହୋଇଥିଲା ତାହା ଏବେ ସାମ୍ନାକୁ ଆସିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗମ୍ଭୀର-କୋହଲି ଯୁକ୍ତିିତର୍କ
ପଡିଆରେ ଆଫଗାନ ବୋଲର ନଦୀମ-ଉଲ-ହକ୍ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା
ଏହି ସମୟରେ ଗମ୍ଭୀର ବିରାଟଙ୍କୁ କହିଥଲେ- କ’ଣ କହୁଛ ମୋତେ କୁହ?
ବିରାଟ କହିଥିଲେ- ମୁଁ ଆପଣଙ୍କୁ କିଛି କହିନାହିଁ, ଆପଣଙ୍କୁ କ’ଣ ପାଇଁ ଏଥିରେ ମୁଣ୍ଡ ପୁରାଉଛନ୍ତି?
ଗୌତମ ଗମ୍ଭୀର-ତୁମେ ମୋ ଖେଳାଳୀଙ୍କୁ ଗାଳି କରିବା ମାନେ ମୋତେ ଏବଂ ମୋ ପରିବାରକୁ ଗାଳି କରିବା ସହ ସମାନ
ବିରାଟ କୋହଲି-ତାହାଲେ ଆପଣ ଆପଣଙ୍କ ପରିବାରକୁ ସମ୍ଭାଳିକି ରଖନ୍ତୁ
ଗୌତମ ଗମ୍ଭୀର-ଏହା କ’ଣ ତୁ ମୋତେ ଶିଖେଇବୁ
ଗମ୍ଭୀର-କୋହଲିଙ୍କ ମଧ୍ୟରେ ଯୁକ୍ତିତର୍କ ବଢୁଥିବା ବେଳେ ଦୁଇ ଦଳର ଖେଳାଳୀ ଉଭୟଙ୍କୁ ଅଟକାଇଥିଲେ । ପରସ୍ପରକୁ ଅଲଗା କରି ନେଇଯାଇଥିଲେ ଉଭୟ ଦଳର ଖେଳାଳୀ । ଏହା ପରେ ଉଭୟ ଟିମ ପକ୍ଷରୁ ସୋସିଆଲ ମିଡିଆ ଆକାଉଣ୍ଟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି ।
ଦୁଇ ଖେଳାଳୀଙ୍କ ବିବାଦକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । କିନ୍ତୁ କୋହଲି କହିଛନ୍ତି, ଆମେ ଯାହା ଶୁଣୁଛେ ତାହା ଏକ ମତ, ଏଥିରେ ସତ୍ୟତା ନାହିଁଁ. ଯାହା ଆମେ ଦେଖୁଛେ ତାହା ଏକ ଚିନ୍ତାଧାରା, ଏହା ସତ ନୁହେଁ । ବିରାଟଙ୍କ ଏଭଳି ପୋଷ୍ଟ ପରେ ବାସ୍ତବରେ ସେ କ’ଣ କହିବାକୁ ଚାହୁଁଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି । ଏପଟେ କୋହଲି-ଗମ୍ଭୀରଙ୍କ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ । ହରଭଜନ କହିଛନ୍ତି, ଦୁଇ ଜଣଙ୍କ ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ଥିଲା, ସେମାନେ ଏକାଠି ଭାରତୀୟ ଟିିମ୍ ପାଇଁ ମଧ୍ୟ ଖେଳିଛନ୍ତିି, କିନ୍ତୁ ୨୦୧୩ ଆଇପିଏଲ ମ୍ୟାଚରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲେ । ଯେତେବେଳେ ଗମ୍ଭୀର କୋଲକତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିଲେ ଆଉ ବିରାଟ ବେଙ୍ଗାଲୁର ପକ୍ଷରୁ । ଏଭଳି ସ୍ଥତିରେ ପୁଣି ଥରେ ବେଙ୍ଗାଲୁର ଓ ଲକ୍ଷେ୍ମø ମ୍ୟାଚ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ ।