କନକ ବ୍ୟୁରୋ: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ଲଘୁଚାପ କାରଣରୁ ଗତ ୨ ଦିନ ଧରି ବସ୍ତା ଅଂଚଳରେ ଲାଗିରହିଛି ଲଗାଣବର୍ଷା । ଏହାର ପ୍ରଭାବରୁ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୃଦ୍ଧି ପାଇଛି ଜଳକା ଜଳସ୍ତର । ଫଳରେ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି । ବସ୍ତାରେ ଜଳକା ଏବେ ବିପଦ ସଂକେତ ଅତିକ୍ରମ କରିଛି । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ରହିଛି ।
ସକାଳ ୮ଟା ସୁଦ୍ଧା ଜଳସ୍ତର ୫.୯୦ ମିଟରରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ଥିବା ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଚିତ୍ରଡା, ସୁଳିଆପଦା ଅଂଚଳରେ ପ୍ରବଳ ବର୍ଷା ପରେ ତଳ ମୁଣ୍ଡରେ ଫୁଲି ଉଠିଛି ଜଳକା ନଦୀ । ପ୍ରବଳ ବର୍ଷା ଲାଗି ରହିଲେ ପୁଣି ଥରେ ବନ୍ୟା ସ୍ଥିତି ଦେଖାଦେବ ବୋଲି ଆଶଙ୍କା ଉପୁଜିଛି । ବସ୍ତା ବ୍ଲକର ୭ଟି ପଂଚାୟତରେ ବନ୍ୟା ସ୍ଥିତି ସହ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କାରେ ଅଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-41.jpg)