କନକ ବ୍ୟୁରୋ : ରାଜଧାନୀରେ ଗଜରାଜ ଆତଙ୍କ । ଅନ୍ଧାରୁଆ ଓ ଭରତପୁର ମଝିରେ ଥିବା ଜିଏ କଲୋନୀରେ ଗତକାଲି ରାତିରେ ପଶିଥିଲା ହାତୀ । ହାତୀ ପଶିବା ପରେ ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା । ହାତୀକୁ ଦେଖିବା ପରେ କଲୋନାବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ । ହାତୀ କଲୋନା ଭିତରେ କିଛି ଲୋକଙ୍କ ଘର ପାଚେରୀ ଭାଙ୍ଗି ଦେଇଥିଲା । ଗଛ ମଧ୍ୟ ଉପାଡି ଦେଇଥିଲା ।
Advertisment
ଫଳରେ ପୁରା ଜିଏ କଲୋନୀରେ ଭୟ ଖେଳି ଯାଇଥିଲା । ରାତି ପ୍ରାୟ ୧୧ଟା ବେଳକୁ ଚନ୍ଦକା ବନବିଭାଗ କର୍ମଚାରୀ ପହଁଚି ହାତୀକୁ ଠାବ କରି , ଜଙ୍ଗଲକୁ ଘଉଡାଇବାରେ ସଫଳ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/Elephant.jpg)