ଭଞ୍ଜନଗର ଅଞ୍ଚଳରେ ଦିନ ଦିପହରରେ ବୁଲୁଛନ୍ତି ଗଜରାଜ। ଘରଦ୍ୱାର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଏକର ଏକର ଫସଲ।

ଭଞ୍ଜନଗର ଅଞ୍ଚଳରେ ଦିନ ଦିପହରରେ ବୁଲୁଛନ୍ତି ଗଜରାଜ। ଘରଦ୍ୱାର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଏକର ଏକର ଫସଲ।

କନକ ବ୍ୟୁରୋ: ମାତିଛି ହାତୀ । ଦିନ ଦିପହରରେ ହାତୀ ପଶି ଗାଁରେ ଆତଙ୍କ ଖେଳାଇଥିବା ବେଳେ ଘରଦ୍ୱାର ଭାଙ୍ଗିବାରେ ଲାଗିଛି ହାତୀ । ଏକର ଏକର ଫସଲ ଉଜାଡିଦେଲେଣି ହାତୀ ପଲ । ଭଞ୍ଜନଗର ଉତ୍ତର ଘୁମୁସର ବନାଞ୍ଚଳର ତିନି ଚକିଆ, ଗୋଡିଆପଡ଼ା,ଗେରେଡା, ତାରା ସିଂ ଆଦି ଗାଁ ଗୁଡିକରେ କିଛି ଦିନ ହେଲା ହାତୀ ପଲ ଆତଙ୍କ ଖେଳାଇଛନ୍ତି । ହାତୀ ଗୁଡିକ ଗାଁରେ ପଶିଥିବା ବେଳେ ବାହାରକୁ ବାହାରିବାର ନାଁ ନେଉନାହାନ୍ତି । ଗାଁରେ ହାତୀ ପଲ ଏକର ଏକର ଧାନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି ।

ହାତୀକୁ ଘଉଡାଇବାପାଇଁ ବାଣଫୁଟାଇ, ନିଆଁ ହୁଳା ଦେଖାଇ ଲୋକେ ଡରାଉଥିବା ବେଳେ ହାତୀ ପଲ କାନ୍ଥ ଭାଙ୍ଗି ଥାନା ଏରିଆ ଭିତରକୁ ପଶିଆସିଛନ୍ତି । ସେହିଭଳି କିଛି ଦିନ ହେଲା ତାରା ସିଂ ରେଂଜ ଅଞ୍ଚଳରେ ରାତି ଅନିଦ୍ରା ହୋଇରହିଛନ୍ତି ଲୋକେ । ହାତୀ ପାଇଁ ରାସ୍ତା ଜନଶୂନ୍ୟ ହୋଇପଡ଼ିଛି । ପ୍ରାୟ ୩୦ଦିନ ହେଲା ହାତୀ ପଲଏହି ଅଞ୍ଚଳ ଛାଡି ଯାଉନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଆତଙ୍କ ଖେଳିଯାଇଛି । ହାତୀ ଘୁଡାଇବାକୁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe