କନକ ବ୍ୟୁରୋ : ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ମୃତ ଦୁଇ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ବେଳେ ଆଉ ଜଣେ ଯୁବକ ଅଛନ୍ତି । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗାଁରେ ଘଟିଛି ଏହି ଘଟଣା । ତେବେ ଯୁବକ-ଯୁବତୀଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପହଂଚିଛି ପୁଲିସ୍ । ତେବେ ଉଭୟଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବାରୁ ହତ୍ୟା ହୋଇଥିବା ନେଇ ଆଶଙ୍କା କରାଯାଉଛି । ଏ ଦିଗରେ ପୁଲିସ୍ ଛାନବିନ୍ ଆରମ୍ଭ କରିଛି ।
ଗଜପତିରେ ଘର ଭିତରେ ଯୁବକ-ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି
/kanak/media/post_attachments/wp-content/uploads/2021/03/3-9.jpg)