ଚଳିତ ବର୍ଷ ରଥଯାତ୍ରାରେ ଛେରାପହଁରା କରିବେ ଗଜପତି । ରଥଯାତ୍ରା ଓ ବାହୁଡାରେ ଛେରାପହଁରା କରିବା ନେଇ ପୁରୀ ଗଜପତିଙ୍କ ସୂଚନା ।

143

କନକ ବ୍ୟୁରୋ: ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ଆୟୋଜିତ ହେବ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ତେବେ ଏହି ରଥଯାତ୍ରାରେ ଗଜପତି ମହାରାଜା ଯୋଗ ଦେବା ସହିତ ଛେରାପହଁରା ନୀତି ସମାପନ କରିବେ । ଏନେଇ ଆଜି ଗଜପତି ମହାରାଜଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରଥଯାତ୍ରାକୁ ନେଇ ଆଜି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଗଜପତି ମହାରାଜ ସ୍ୱାଗତ କରିଛନ୍ତି ।
ଚଳିତ ବର୍ଷ କୋଭିଡ୍ କଟକଣା ଏବଂ ଧାରା ୧୪୪ ଲାଗୁ କରାଯାଇ ରଥଯାତ୍ରା ଆୟୋଜିତ ହେବ । ଗତବର୍ଷ ମଧ୍ୟ ଏପରି ହୋଇଥିଲା ଏବଂ କଟକଣାକୁ ଆଖି ଆଗରେ ରଖି ଗଜପତି ମହାରାଜ ଗତବର୍ଷ ଏଥିରେ ଯୋଗ ଦେଇନଥିଲେ । ତାଙ୍କ ବଦଳରେ ମୁଦିରସ୍ତ ରଥଉପରେ ନୀତି ମହାପ୍ରଭୁଙ୍କ ନୀତି ସମାପନ କରିଥିଲେ । ଚଳିତ ବର୍ଷ କିନ୍ତୁ ଗଜପତି ମହାରାଜ ଏଥିରେ ଯୋଗ ଦେବା ସହିତ ଛେରାପହଁରା କରିବେ ।