କନକ ବ୍ୟୁରୋ : ୪ ଦିନ ସଟଡାଉନ ରହିବ ଗଜପତି । ଆସନ୍ତା ୩୦ ତାରିଖରୁ ଅଗଷ୍ଟ ୨ତାରିଖ ଯାଏ ଗଜପତି ସଟଡାଉନ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ପାରଳାଖେମୁଣ୍ଡି ସହର, କାଶୀନଗର ଏନଏସି ସମେତ ବ୍ଲକ ମୁଖ୍ୟାଳୟ, ରାଣିପେଂଠ, ଝାମି, କେରାଣ୍ଡି ଓ କତଲ କଇଠା ପଂଚାୟତକୁ ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଛି । ଏହି ସବୁ ଅଂଚଳକୁ ଯାତାୟାତ ଉପରେ କଟକଣା ଜାରି କରାଯାଇଛି । କେବଳ ଅତ୍ୟାବଶ୍ୟକ ସେବା ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଆଜି ଗଜପତିରୁ ୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଶହ ୪୫ରେ ପହଚିଂଛି । ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୭୦ଜଣ ସୁସ୍ତ ହୋଇଛନ୍ତି ଏବଂ ଏବେ ୪୬୬ଟି ସକ୍ରିୟ ମାମଲା ରହିଛି ।
ସୂଚନାଯୋଗ୍ୟ, ଆଜି ଗଜପତି ଜିଲ୍ଲାରୁ ୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନ ସଂକ୍ରମଣ ରୋକିବା ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ସପ୍ତାହରେ ୩ଦିନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିକୁ ସଟଡାଉନ କରାଯାଇଥିଲା । ସଟଡାଉନ ପ୍ରଥମ ଦିନରୁ ପାରଳାଖେମୁଣ୍ଡିରେ ଇନଫ୍ରାରେଡ୍ ଥର୍ମୋମିଟର ଏବଂ ପଲ୍ସ ଅକ୍ସିମିଟର ମାଧ୍ୟମରେ ସ୍କ୍ରିନିଂ ଜାରି ରହିଛି ।