ଫୋନି ପାଇଁ ସହାୟତାର ହାତ ବଢ଼ାଇଲା ଗଜପତି ପୋଲିସ୍ ! ପାରଳାଖେମୁଣ୍ଡିରେ ଏସପିଙ୍କ ନେତୃତ୍ୱରେ ଶୋଭାଯାତ୍ରା କରି ଥାଳ ଧରି ମାଗିଲେ ସାହାଯ୍ୟ । 

137

ଭୟଙ୍କରୀ ବାତ୍ୟା ଫୋନିରେ  ପୁରୀ, ଖୋର୍ଦ୍ଧା ଅଞ୍ଚଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।  ଫୋନି ପ୍ରଭାବରେ  ଉପକୂଳ ଓଡିଶାରେ ହୋଇଥିବା କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ । ଏମିତିକି ବଲିଉଡ୍ ତାରକା ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଟଙ୍କା ଡୋନେଟ୍ କରୁଛନ୍ତି ।

ଏହି ସମୟରେ ଗଜପତି ଜିଲ୍ଲା ପୋଲିସର ପ୍ରଂଶସନୀୟ କାମ ସାମ୍ନାକୁ ଆସିଛି ।  ବିପନ୍ନଙ୍କ ସହାୟତା ପାଇଁ ସହାୟତାର  ହାତ ବଢାଇଛନ୍ତି  ପୋଲିସ ପ୍ରଶାସନ ।  ଏସପି ସାରା ଶର୍ମା  ନିଜ ଅଫିସିଆଲ ଟିମର ସହଯୋଗରେ  ସହରରେ ଏକ ଶୋଭାଯାତ୍ରା କରିଛନ୍ତି । ପୋଲିସ ଥାଳ ଧରି  ସହର ପରିକ୍ରମା କରି ସହାୟତା ପାଇଁ ନିବେଦନ କରିଛନ୍ତି ।  ଏହା ସହ ଏସପି ନିଜେ ୧୦ ହଜାର ଟଙ୍କା ଓ ୪ ଦିନର ଦରମା ଦେବେ ବୋଲି କହିଛନ୍ତି । ପୋଲିସ୍ ବିଭାଗର ଏଭଳି କାମକୁ ସବୁ ମହଲରେ ଖୁବ୍ ପ୍ରଶଂସା କରାଯାଇଛି ।