ଗଜପତିରେ ଚାଚଂଲ୍ୟ । ଜଣଙ୍କୁ ହତ୍ୟା ପରେ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ, ଗୁଣିଗାରେଡିରୁ ହତ୍ୟା ସନ୍ଦେହ

442

କନକ ବ୍ୟୁରୋ : ଗଜପତିରେ ଜଣଙ୍କୁ ନିର୍ମମ ହତ୍ୟା ପରେ ମୁଣ୍ଡ କାଟି ନେଇଛନ୍ତି ଦୁର୍ବୃତ । ମୃତକ ହେଉଛନ୍ତି ମୋହନା ଥାନାର ସୌରାସାହିର ଦାସୁ ମଲ୍ଲିକ । ଗତକାଲି ସଂଧ୍ୟାରେ ଦୁର୍ବୃତ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ କରୁଛି । ମକା ବାଡିରେ କାମ କରୁଥିବା ବେଳେ ଦୁବୃର୍ତ ତାଙ୍କୁ ଖୋଜି ଖୋଜି ସେଠାରେ ପହଁଚି ଥିଲେ ।

ସେତେବେଳେ ସେ ଜଙ୍ଗଲ ଭିତରକୁ ଯାଇଥିଲେ । ଏହା ପରେ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ତାଙ୍କର ଶବ ପାଇଥିଲେ । ଯେଉଁଥିରେ ମୁଣ୍ଡ ନଥିଲା । ଗୁଣିଗାରେଡିରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି । ଦୁର୍ବୃତକୁ ଧରିବା ପାଇଁ ପୋଲିସ ତନାଘନା କରୁଛି ।