କନକ ବ୍ୟୁରୋ : ଦୁଇଟି ଆପ ମାଧ୍ୟମରେ ଅଳ୍ପ ନିବେଶରେ ଅଧିକ ରୋଜଗାରର ଲୋଭ ଦେଖାଇ ୪କୋଟିରୁ ଅଧିକ ଟଙ୍କାର ଲୁଟ୍ । ଏଭଳି ଅଭିଯୋଗ ଆସିଛି ଗଜପତି ଜିଲ୍ଲାରୁ, ଯେଉଁଠି ୨ହଜାରରୁ ଅଧିକ ଲୋକ ଅନଲାଇନ ଠକେଇର ଶୀକାର ହୋଇଛନ୍ତି । ଲୁଟେରା ଏଥର ନୂଆ ତରିକାରେ ଲୋକଙ୍କୁ ଠକିଛନ୍ତି । ଆପ ମାଧ୍ୟମରେ ପୁଞ୍ଜି ନିବେଶ କରି ଅଧିକ ଅର୍ଥ ରୋଜଗାରର ଲୋଭ ଦେଖାଇ ଅନଲାଇନରେ ହିଁ ଠକି ନେଇଛନ୍ତି ଏହି ଲୁଟେରା ।
ଗତ ମାର୍ଚ୍ଚ ମାସରେ ହିଁ ଆରମ୍ଭ ହୋଇଥିଲା ଏହି ଠକେଇ ପ୍ରକିୟା । ନାଇସ ସେୟାର ନାଁରେ ଏକ ଆପ କିଛି ଲୋକଙ୍କ ପାଖକୁ ଆସିଥିଲା । ଯେଉଁମାନେ ଏହାକୁ ମୋବାଇଲରେ ଲୋଡ କରିଲେ, ତାଙ୍କୁ ପ୍ରଥମେ ଦିନକୁ ୩୦ଟଙ୍କା ମିଳିଥିଲା, ଏହାପରେ ମେସେଜ ଆସିଲା କିଛି ପୁଞ୍ଜି ନିବେଶ କରନ୍ତୁ, ଲୋକମାନେ ମଧ୍ୟ ଟଙ୍କା ଲଗାଇଲେ, ଯିଏ ୫ହଜାର ଲଗାଇଲେ ତାଙ୍କୁ ଦିନକୁ ମିଳିଲା ୩୩୫ ଟଙ୍କା । ଯାହା ଫଳରେ ଲୋକଙ୍କର ବିଶ୍ୱାସ ହେଲା ଆଉ ସେମାନେ ଅଧିକ ଟଙ୍କା ଲଗାଇଲେ, ଏମିତିକି କିଛି ଲୋକ କୋଟି କୋଟି ଟଙ୍କା ଲଗାଇଥିବା ନେଇ ତଥ୍ୟ ଆସୁଛି ।
ହେଲେ ଏବେ ଏହି ଆପଟି କାମ କରୁନି, ଟଙ୍କା ନିବେଶ କରିଥିବା ଲୋକମାନେ ଏବେ ଚିନ୍ତାରେ କାରଣ ଏହି ଆପ ମାଧ୍ୟମରେ ସବୁ ବର୍ଗର ଲୋକ ଟଙ୍କା ନିବେଶ କରିଥିଲେ, ଏବେ ଆପ କାମ କରୁନଥିବାରୁ ଅନଲାଇନ ଠକାମୀର ଶୀକାର ହେବା ନେଇ ଅଭିଯୋଗ କରିଛନ୍ତି । ଏନେଇ କିଛି ଲୋକ ବ୍ରହ୍ମପୁର ଡିଆଇଜିଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି । ଏନେଇ ବ୍ରହ୍ମପୁର ସାଇବର ଥାନାରେ ଏତଲା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/vlcsnap-2021-08-27-07h58m41s621.png)