ଓଲଟିଲା ବରଯାତ୍ରୀ ଗାଡି : ମୋହନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟି ପଡିବାରୁ ଏକାଧିକ ମୃତ

ଚନ୍ଦ୍ରଗିରି ଜାମଢିଅରୁ ବରଯାତ୍ରୀ ଗାଡି ତୁମାଙ୍ଗ ଯାଉଥିବା ବେଳେ ଅଘଟଣ

107

କନକ ବ୍ୟୁରୋ : ବରଯାତ୍ରୀ ଗାଡି ଓଲଟି ଏକାଧିକ ମୃତ । ମୋହନ ଆର ଉଦୟଗିରି ଥାନା କଙ୍କଡାଗୁଡା ଘାଟି ନିକଟରେ ବରଯାତ୍ରୀ ବୋଝେଇ ମିନିଟ୍ରକ ଓଲଟିପଡିବାରୁ ଏଭଳି ଅଘଟଣ ଘଟିଛି । କିଛି ଜଣ ଗୁରୁତର ଅଛନ୍ତି । ରାମଗିରିରୁ ଆର ଉଦୟଗିରି ଅଭିମୁଖେ ଯାଉଥିବା ବେଳେ ବରଯାତ୍ରୀ ବୋଝେଇ ମିନିଟ୍ରକଟି ଓଲଟିପଡିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।