କନକ ବ୍ୟୁରୋ : ରାଜପ୍ରସାଦ ବିଜେ ନୀତି ଶେଷ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଦଇତାପତି ସେବକମାନେ ଦୀର୍ଘ ସମୟ ଧରି ରଥଯାତ୍ରା ସଂପର୍କରେ ଆଲୋଚନା କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଦଇତାପତି ସେବକମାନେ ସୂଚନା ଦେବା ପରେ ଗଜପତି ମହାରାଜ ରଥଯାତ୍ରା ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଦଇତାପତିମାନେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ସୂଚନା ଦେଇଥିଲେ। ଆଲୋଚନା ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗଜପତି ମହାରାଜ ସର୍ବାଧିକ ଗୁରୁତ୍ବ ଦେଇଥିଲେ। ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଧାଇଁ ଆସୁଥିବା ଭକ୍ତମାନେ ଯେପରି ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରି ଫେରିବେ ସେ ଦିଗରେ ଦୃଷ୍ଟି ଦେବାକୁ ଦଇତାପତି ସେବକମାନଙ୍କୁ ପରାମର୍ଶ ଦେଇଥିଲେ।

Advertisment

publive-imageସେହିଭଳି ତିନି ରଥ ଯେଭଳି ଅବରୋଧମୁକ୍ତ ରହିବ ଓ ନୀତି ଶୃଙ୍ଖଳାର ସହ ଶେଷ ହେବ ସେ ଉପରେ ଗଜପତି ଗୁରୁତ୍ବାରୋପ କରିଥିଲେ। ଶ୍ରୀମନ୍ଦିରର ପରମ୍ପରା, ଐତିହ୍ୟ ଅକ୍ଷୁଣ୍ଣ ରଖିବାକୁ ଗଜପତି ପରାମର୍ଶ ଦେଇଥିଲେ। ପାଟ୍ଟଶାଣୀ, ପତି ମହାପାତ୍ର, ଖୁଣ୍ଟିଆ ମେକାପ, ଦେଉଳକରଣ, ତଢ଼ଉକରଣ, ତିନି ବାଡ଼ଗ୍ରାହୀଙ୍କ ସମେତ ଦଇତାପତି ନିଯୋଗର ସଭାପତି, ସଂପାଦକ ପ୍ରମୁଖ ଗଜପତିଙ୍କ ସହ ଏ ସଂପର୍କରେ ପୁଙ୍ଖ।ନୁପୁଙ୍ଖ ଆଲୋଚନା କରିଥିଲେ।