ଶ୍ରୀମନ୍ଦିରରେ ଗଜପତି ମହାରାଜ ; ଭିତର ଭଣ୍ଡାରକୁ କରିବେ ପ୍ରବେଶ , ଅଳଙ୍କାର ସ୍ଥାନାନ୍ତରଣର କରିବେ ତଦାରଖ

ଶ୍ରୀମନ୍ଦିରରେ ଗଜପତି ମହାରାଜ ; ଭିତର ଭଣ୍ଡାରକୁ କରିବେ ପ୍ରବେଶ , ଅଳଙ୍କାର ସ୍ଥାନାନ୍ତରଣର କରିବେ ତଦାରଖ

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଗଜପତି ମହାରାଜ । ଭିତର ରତ୍ନଭଣ୍ଡାରକୁ ଯିବେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି । ଦକ୍ଷିଣଦ୍ୱାର ପଟେ ପ୍ରବେଶ କରିଛନ୍ତି ଗଜପତି । ଭିତର ଭଣ୍ଡାରରେ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟାକୁ ତଦାରଖ କରିବାର ସୂଚନା ରହିଛି । ତେବେ ପ୍ରଥମ ଥର ଯେତେବେଳେ ରତ୍ନଭଣ୍ଡାର ଖୋଲାଯାଇଥିଲା ସେସମୟରେ ଭଣ୍ଡାର ଭିତରକୁ ଗଜପତିଙ୍କ ପ୍ରତିନିଧି ଯାଇଥିଲେ ।

ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ଯାଞ୍ଚ କମିଟି ପକ୍ଷରୁ ବସିଥିବା ବୈଠକରେ ଭିତର ରତ୍ନଭଣ୍ଡାରକୁ ଯିବା ପାଇଁ ଗଜପତି ମହାରାଜଙ୍କୁ ଅନୁରୋଧ କରାଯାଇଛି ବୋଲି କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହାସହ ରଥରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଭିତର ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ତଦାରଖ କମିଟିର ୧୧ ସଦସ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe