ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜଙ୍କ ବାର୍ତ୍ତା: ମେ’ ୩ ଯାଏଁ ମନ୍ଦିର ବାହାରେ ହୋଇପାରବନି କୌଣସି ବି ଯାତ୍ରା; ଲକଡାଉନ ନସରିବା ଯାଏଁ ରଥ ନିର୍ମାଣ ହୋଇ ପାରିବନି

ଆଜି ସନ୍ଧ୍ୟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିବେ ଗଜପତି ମହାରାଜ

392

କନକ ବ୍ୟୁରୋ: ମେ ୩ ତାରିଖ ପରେ ରଥଯାତ୍ରା ନିଷ୍ପତି । ଲକଡାଉନ ଅବଧି ପରେ ସରକାରଙ୍କ ଗାଇଡଲାଇନ ଅନୁସାରେ ନିଷ୍ପତି ନେବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ କହିଛନ୍ତି କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଥିବାରୁ ଏହି ସମୟରେ ବାହାରେ କୌଣସି ଧାର୍ମିକ କାର୍ଯ୍ୟ କରାଯାଇ ପାରିବ ନାହିଁ । ତେଣୁ ଏନେଇ ଲକଡାଉନ କଟକଣା ନେଇ ସରକାରଙ୍କ ପରବର୍ତି ଗାଇଡଲାଇନ ଆସିବା ନିଷ୍ପତି ନିଆଯିବ । ଏହାସହ ଆଜି ସନ୍ଧ୍ୟାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଗଜପତି ମହାରାଜ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।

ଗଜପତି ମହାରାଜଙ୍କ କହିବାନୁସାରେ, ଲକଡାଉନକୁ ନଜରରେ ରଖି ମେ ୩ ତାରିଖ ପର୍ଯ୍ୟନ୍ତ କୌଣସି ବି ଧର୍ମପୀଠରେ କୌଣସି ପ୍ରକାରର ବାହାର ଯାତ୍ରା ତଥା ପର୍ବ ଅନୁଷ୍ଠିତ ହୋଇପାରିବା ନାହିଁ । ଯାହାକୁ କଡାକାଡି ପାଳନ କରିବାକୁ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହାକୁ କେହି ବି କୋହଳ କରିପାରିବେ ନାହିଁ । ତେଣୁ ମନ୍ଦିର ବାହାରେ କୌଣସି ବି ପର୍ବ ହୋଇପାରବି ନାହିଁ । ଏହା ସ୍ପଷ୍ଟ ହେବା ସହ ଏନେଇ ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ପୁରୀ ଗଜପତି ।

ତେଣୁ ଯେହେତୁ ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏହାକୁ ପରିଚାଲନା କମିଟି ପାଳନ କରିବାକୁ ବାଧ୍ୟ ତେଣୁ ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ଯେଉଁ ନୀତି ବାହାରେ ହୁଏ ତାହା ବର୍ତ୍ତମାନ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସମ୍ଭବପର ହୁଏ । କିନ୍ତୁୁ ବିଧି ରଖିବା ପାଇଁ ଶ୍ରୀମନ୍ଦିରକୁ ପରଂପରାକୁ ଦୃଷ୍ଟିରେ ରଖି ଏବଂ ଲକଡାଉନ କଟକଣାକୁ ସଂପୂର୍ଣ୍ଣ ପାଳନ କରି ମେ ୩ ତାରିଖ ପର୍ଯ୍ୟନ୍ତ ଠାକୁରଙ୍କ ନୀତି କିଭଳି ପାଳନ କରାଯିବ ସେ ନେଇ ଧାର୍ମିକ ଗୁରୁ ନିଶ୍ଚଳାନନ୍ଦଙ୍କ ସହ ବିସ୍ତୃତ ଆଲୋଚନା କରାଯିବ ।

ଯେହେତୁ ଏହା ଏକ ଧାର୍ମୀକ ପ୍ରସଙ୍ଗ । ତେଣୁ ଏହା ଉପରେ ଧାର୍ମିକ ଗୁରୁ ହିଁ ନିଷ୍ପତି ନେଇପାରିବେ ବୋଲି କହିଛନ୍ତି ଗଜପତି ମହାରାଜ । ଏନେଇ ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ମହାରାଜ ଦିବ୍ୟସିଂହ ଦେଓ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସେ ଯାହା ଦିଗଦର୍ଶନ ଦେବେ ସେ ଅନୁଯାୟୀ ପାଳନ କରାଯିବ ବୋଲି ପୁରୀ ଗଜପତି କହିଛନ୍ତି । ଏହାଛଡା ୩ ତାରିଖ ପରେ ନୂଆ ଗାଇଡଲାଇନ ପରେ ସେ ଅନୁସାରେ ପରିଚାଲନା କମିଟି ପୁନର୍ବାର ବିଚାର ବିମର୍ଷ କରି ନିଷ୍ପତି ନିଆଯିବ ବୋଲି ପୁରୀ ଗଜପତି କହିଛନ୍ତି ।