କନକ ବ୍ୟୁରୋ : ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଶେଷ କରିଛନ୍ତି ଗଜପତି ମହାରାଜ। ତିନିରଥରେ ରଥାରୂଢ ତିନିଠାକୁର । ପହଣ୍ଡି ସରିବା ପରେ ଛେରା ପହଁରା ନୀତିକାନ୍ତି ସଂପନ୍ନ ହୋଇଛି । ତେବେ ଗଜପତି ମହାରାଜଙ୍କ ଛେରାପହଁରା ପରେ ମାଉସୀ ମା ଅଭିମୁଖେ ଯାତ୍ରା କରିବ ତିନିରଥ ।
Kanak News is now on WhatsApp
Join and get latest news updates delivered to you via WhatsApp
ଘଣ୍ଟକାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଦାମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ସମ୍ପର୍ଣ୍ଣ ହୋଇଛି ଗଜପତିଙ୍କ ଛେରାପହଁରା ନୀତି । ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ ।ଏହାପରେ ଆରମ୍ଭ ହେବ ରଥଟଣା । ଭକ୍ତ ଓ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ।