୪ ବର୍ଷ ହେଲା ଫଳକରେ ଅଟକିଛି ଗଜପତି ଜିଲ୍ଲା ଗୁମ୍ମା ବସଷ୍ଟାଣ୍ଡ କାମ । କେବଳ କଲଭର୍ଟ କରି ୧୦ ଲକ୍ଷ ଟଙ୍କା ଚଳୁ କରି ନେଇଛି ଠିକା ସଂସ୍ଥା ।

70

କନକ ବ୍ୟୁରୋ : ଫଳକରେ ଅଟକି ରହିଛି ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ, ବସଷ୍ଟାଣ୍ଡ ନିମାର୍ଣ ପାଇଁ ଅନୁଦାନ ଆସିଛି, ଜାଗା ବି ଚହ୍ନଟ ହୋଇଛି, କିନ୍ତୁ ୪ବର୍ଷ ପରେ ବି ନିର୍ମାଣ ହୋଇ ପା ରିନାହିଁ । ଫଳରେ ଅନ୍ୟମାନଙ୍କ ଦଖଲରେ ନିର୍ମାଣ ସ୍ଥଳ, ଆଉ ରାସ୍ତାକଡ ପାଲଟିଛି ବସଷ୍ଟାଣ୍ଡ । ଗଜପତି ଜିଲ୍ଲାରୁ ଦେଖନ୍ତୁ ଏହି ରିପୋର୍ଟ ।

ବସଷ୍ଟାଣ୍ଡ କରିବା ପାଇଁ ୨୦୧୬-୧୭ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ଜଗପତି ଗୁମ୍ମା ବ୍ଳକ ସଦର ମହକୁମା ହାଟ ନିକଟ ବସଷ୍ଟାଣ୍ଡ କରିବା ପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଅନୁଦାନ ଆସିବା ପରେ କାମ ଆରମ୍ଭ ହୋଇଛି । ହେଲେ ୪ ବର୍ଷ ପରେ କେବଳ କଲର୍ଭଟ ଟିଏ କରି ଚୁପ ବସିଛି ଠିକା ସଂସ୍ଥା ।

ଗୁମ୍ମା ଅଂଚଳରୁ ଗୁଣପୁର, ସେରଙ୍ଗ, ପାରଳାଖେମୁଣ୍ଡି, କାଶୀନଗର, ବ୍ରହ୍ମପୁରକୁ ବସ ଚଳାଚଳ କରେ । ଗାଡି ପାର୍କିଂ କରିବା ପାଇଁ ଜାଗା ନଥିବାରୁ ବସ ଏବଂ କମାଣ୍ଡର, ଜିପ୍, ଅଟୋ ସବୁ ରାସ୍ତା କଡରେ ହାଟ ମଝିରେ ଠିଆ ହେଉଛି । ସେପଟେ ବସଷ୍ଟାଂଡ ପାଇଁ ଚିହ୍ନଟ ଜାଗାକୁ କିଛି ଅସୁଧା ବ୍ୟକ୍ତି ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଛି । ବସଷ୍ଟାଣ୍ଡ ନିର୍ମାଣ ଦୀର୍ଘ ବର୍ଷ ଧରି ବନ୍ଦ ରହିବାରୁ ଜମି ଅକ୍ତିଆର କରିଛନ୍ତି ଜବର ଦଖଲ କାରି ।